ରାଜକନିକା ତା ୨୬/୦୮ : ରାଜକନିକା ଥାନା କଣ୍ଡିଆ ଫାଣ୍ଡି ଅଧିନସ୍ଥ ପଣସଗଣ୍ଡ ଗାଁର ଜଣେ ଯୁବତୀଙ୍କୁ ବାଲେଶ୍ଵର ବସ୍ତା ଥାନା ଅନ୍ତର୍ଗତ ସୋଲପଟା ଗାଁର ପ୍ରଭାକର ରାଉତଙ୍କ ପୁଅ ଚିତ୍ତରଞ୍ଜନ ରାଉତ ଇଲିଆସ, ପପୁ (୩୨)୨୦୨୩ ମସିହାରେ ରଙ୍ଗ ନମ୍ବରରୁ ପ୍ରେମ କରିବା ପରେ ପ୍ରେମକୁ ଅଧିକରୁ ଅଧିକ ନିବିଡ଼ କରିବା ପାଇଁ ବିଭିନ୍ନ ପ୍ରତିଶୃତି ଦେଇ ବିଭିନ୍ନ ହୋଟେଲ କୁ ଡକାଇ ବାରମ୍ବାର ଯୌନ ସମ୍ପର୍କ ରଖିବା ପରେ ଶେଷରେ ପ୍ରତାରଣା କରିଥିଲେ | ବାଧ୍ୟହୋଇ ଯୁବତୀ ଜଣକ ନିରୁପାୟ ହୋଇ ତାର ପରିବାର କୁ ଜଣାଇବା ପରେ ପରିବାର ସହାୟତାରେ ଯୁବତୀ ଜଣକ ଚଳିତ ମାସ ୧୭ ତାରିଖ ଦିନ ରାଜକନିକା ଥାନାର ଦ୍ୱାରସ୍ତ ହୋଇ ଲିଖିତ ଅଭିଯୋଗ କରିଥିଲେ | ଏହି ଅଭିଯୋଗ ଆଧାରରେ ରାଜକନିକା ପୁଲିସ ଚିତ୍ତରଞ୍ଜନଙ୍କୁ ସୋଲପଟା ଗାଁର ତାଙ୍କ ଘରୁ ଗିରଫ କରି ରାଜକନିକା ଥାନାକୁ ଆଣିବା ପରେ ପଚରାଉଚୁରା କରିବାରୁ ଜଣା ପଡ଼ିଥିଲା କି ଚିତ୍ତରଞ୍ଜନ ପୂର୍ବରୁ ବିବାହିତ ଓ ତାଙ୍କର ଦୁଇଟି ପିଲା ଅଛନ୍ତି | ତାଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ରହିଛି |