Odisha news

ଆଠଗଡ଼ ରେ ସାଂସଦ ଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ

0
ଆଠଗଡ଼ ତା ୨୫-୮ -୨୪ ଆଜି ଆଠଗଡ଼ ବିଜେପି କାର୍ଯ୍ୟାଳୟ ଠାରେ କଟକ ଜିଲ୍ଲା ସାଂସଦ ଭତ୍ତୃହରି  ମହତାବ ଙ୍କ ଦ୍ଵାରା ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ରାସନ୍ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ଭୂମିହୀନ ପଟ୍ଟା, ଆବାସ ଯୋଜନା ଆଦି କୁ ନେଇ ଅନେକ ଅଭିଯୋଗ  ହୋଇଥିଲା। ଉକ୍ତ ଅଭିଯୋଗ ଶୁଣାଣୀ ଶିବିରରେ ପାଖାପାଖି ଦୁଇ ହଜାର ଲୋକ ଉପସ୍ଥିତ ରହି ଅଭିଯୋଗ କରିଥିଲେ। ସେଥିମଧ୍ୟରୁ ୧୫୦୦ ବ୍ୟକ୍ତିଗତ ଥିବା ବେଳେ ୫୦୦ ସାମୁହିକ ରହିଥିବା ଜଣାପଡିଛି। ସାଂସଦ ଶ୍ରୀ ମହତାବ ଏହି ଅଭିଯୋଗ କୁ ଗମ୍ଭୀରତା ସହ ଗ୍ରହଣ କରିବା ସହିତ ସମସ୍ତ ଅଭିଯୋଗ କୁ ତଦାରଖ କରି ଯେଉଁ   ବ୍ୟକ୍ତି ପାଇବାପାଇଁ ଉପଯୁକ୍ତ  ସେହି ବ୍ୟକ୍ତିଙ୍କ ପାଇଁ ନିଶ୍ଚିତ ଭାବରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲିି ପ୍ରକାଶ କରିଥିଲେ। ଆଜିର ଆୟୋଜିତ ଏହି ଜନଶୁଣାଣୀ ଶିବିରରେ ବିଜେପି ବିଧାୟକ ପ୍ରାର୍ଥୀ ଅଭୟ ବାରିକ, କଟକ ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାନ୍ତି, ସାଂସଦ ଙ୍କ ଏନ୍ ଏ ସି ପ୍ରତିନିଧି ସରୋଜ କୁମାର ଦାସ, ନୂତନ ରାଉତ, ଙ୍କ ସମେତ ବହୁ ବିଜେପି ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।
Leave A Reply