ଗଣିଆ : ନୟାଗଡ ଜିଲ୍ଲା ର ଭାଷା,ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକା ତରଫରୁ ବ୍ଲକ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠୀତ ହୋଇ ଯାଇଛି। ଗଣିଆ ବ୍ଲକର ଶିକ୍ଷକ ଭବନ ଠାରେ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଏହା ଅନୁଷ୍ଠିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଗଣିଆ ବ୍ଲକର ଅଧ୍ୟକ୍ଷା ଝୁନା ଜେନା ଯୋଗ ଦେଇଥିବା ବେଳେ ସାମ୍ନାନିତ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟ ନରେଶ କୁମାର ବେହେରା ଓ ଗଣିଆ ସମିତି ସଭ୍ୟ ଫକିର ମୋହନ ଡାକୁଆ ଯୋଗଦେଇ ଗଣିଆ ର କଳା,ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଟ୍ରଷ୍ଟି ଦେବେନ୍ଦ୍ର ପ୍ରସାଦ ପରମଗୁରୁ, ଉପଦେଷ୍ଟା ଦାମୋଦର ସାହୁ, ଗୀତାଞ୍ଜଳି ମହାପାତ୍ର ଓ ପ୍ରିୟମ୍ବଦା ଦାଶ ଉପସ୍ଥିତ ରହି ପରିଷଦର ଏହି କାର୍ଯ୍ୟକ୍ରମ ଉପରେ ସୂଚନା ଦେଇ କହିଥିଲେ ଯେ ଏହାର ସେମି ଫାଇନାଲ ଓ ଫାଇନାଲ ଯଥାକ୍ରମେ ସେପ୍ଟେମ୍ବର ୮ ଓ ୨୨ ତାରିଖ ରେ ନୟାଗଡର ସଦର ମହକୁମା ଠାରେ ଅନୁଷ୍ଠିତ ହେବ ଏବଂ ଶ୍ରେଷ୍ଠ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ବିଜେତା ଙ୍କୁ ଟ. ୧୦,୦୦୦/- ୭,୦୦୦/-, ଓ ୫,୦୦୦/- ଟଙ୍କର ଅର୍ଥରାଶି ପ୍ରଦାନ କରାଯିବା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯିବ ।ଅନ୍ୟାନ୍ୟ ପ୍ରତିଯୋଗୀ ମାନଙ୍କୁ ମଧ୍ୟ ମେମେଣ୍ଟୋରିୟମ ଓ ମାନପତ୍ର ପ୍ରଦାନ କରାଯିବ। ଗଣିଆ ବ୍ଲକର ଏହି ଅଡିସନ୍ରେ ମୋଟ୍ ୫୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏବଂ ସେମାନଙ୍କ ମଧ୍ୟରୁ ସାଇ ସ୍ଵଦେଶ୍ୟା , ମିନାକ୍ଷୀ ନାୟକ, ସ୍ଵୟଂ ପ୍ରଜ୍ଞା ମଲ୍ଲିକ, , ୟତିକା ପଣ୍ଡା, ରୋଜାଲିନ ଖଟୁଆ ,ପୁଷ୍ପିତା ପ୍ରଧାନ ସେମି ଫାଇନାଲକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । କୃତି ପ୍ରତିଯୋଗୀ ମାନେ ଆସନ୍ତା ତା ୮ ତାରିଖରେ ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଥିବା ସେମି ଫାଇନାଲରେ ଯୋଗଦେବେ । ପରିଷଦର ସଚିବ ଡ଼.ନିର୍ମଳ ଚନ୍ଦ୍ର ଶୁରଦେଓ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିବା ବେଳେ ଗଣିଆ ସାମ୍ବାଦିକ ସଙ୍ଘର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ! ବ୍ୟଙ୍ଗ କଳାକାର ଆର୍ତ୍ତତ୍ରାଣ ମିଶ୍ର ସମସ୍ତ ପ୍ରତିଯୋଗୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ ।