ବାରଙ୍ଗ(ସବ୍ୟୁ) : ରୋଗ ଚିନ୍ହିବା ପୂର୍ବରୁ ଚାଲିଗଲା ସିଂହ କ୍ରିସ ର ଜୀବନ I ଚିକିତ୍ସାଧୀନ ଅବସ୍ଥାରେ ୨୦ ବର୍ଷୀୟ ସିଂହ ବୁଧବାର ସକାଳ ସମୟରେ ମୃତ୍ୟୁବରଣ କରିଛି । ସେ କିଛିଦିନ ହେବ ବାଦ୍ଧକ୍ୟଜନିତ ରୋଗରେ ପିଡୀତ ଥିବାରୁ ଠିକ୍ ଭାବେ ଖିଆପିଆ କରିପାରୁନଥିଲା । ବୟସାଧିକ ଯୋଗୁଁ ଦିନକୁ ଦିନ ଦୁର୍ବଳ ହେବା ସହ ଗୋଟିଏ ସ୍ଥାନରେ ପଡିରହୁଥିଲା। ଫଳରେ କ୍ରିଶ ରହୁଥିବା ସିଂହ ସଫାରୀ ର ଫିଡିଙ୍ଗଚାମ୍ବରରେ ରଖି ତାର ଚିକିତ୍ସା ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା କରାଯାଉଥିଲା I ହେଲେ ଚିକିତ୍ସାରେ କୈାଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା।
ବୁଧବାରଦିନ ପ୍ରାଣୀ ଉଦ୍ୟାନ ଡାକ୍ତରୀଦଳ ଆସି କ୍ରୀଶ୍ ର ସ୍ବାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବା ସହ ଚିକିତ୍ସା ଜାରି ରଖିଥିଲେ । ହେଲେ ବୁଧବାର ସକାଳେ ମୃତ୍ୟୁଘଟିଥିଲା । ତେବେ ସଠିକ ରୋଗନିରୁପଣ ଓ ଜନ୍ତୁ ବିଭାଗର ପରିଚାଳନା ଗତତ୍ରୃଟି ଯୋଗୁ ପାଟି ଫିଟୁନଥିବା ନିରୀହ ପଶୁପକ୍ଷୀମାନଙ୍କର ଅକାଳ ମୃତ୍ୟୁ ଘଟୁଛି I ରୋଗ ଜାଣିବା ପୂର୍ବରୁ ବନ୍ୟଜନ୍ତୁ ମୃତ୍ୟୁ ବରଣ କରୁଛନ୍ତି I ଏଭଳି ଘଟଣା ବାରମ୍ବାର ଘଟି ଚାଲିଥିଲେ ମଧ୍ୟ ସଚେତନ ହେଉନାହାନ୍ତି କି ଭିତ୍ତିଭୂମିକୁ ସୃଦୃଢ଼ କରୁନାହାନ୍ତି ନନ୍ଦନକାନନ କତୃପକ୍ଷ I ତେବେ କ୍ରିଷ୍ ର ମୃତ୍ୟୁପରେ ନନ୍ଦନକାନନରେ ସିଂହ ସଂଖ୍ୟା ୨୦ରେ ପହଁଚିଛି ।ସୂଚନା ଯୋଗ୍ୟ ଯେ, ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରେ ୨୦୦୪ ମସିହା ଜୁନ୍ ୧୬ ତାରିଖରେ ସିଂହ କ୍ରିସ୍ ଜନ୍ମ ହୋଇଥିଲା । ପରବର୍ତ୍ତୀ ସମୟରେ ସିଂହ ବଂଶ ବୃଦ୍ଧି କରିବା ରେ ସହାୟକ ହୋଇଥିଲା । କ୍ରିସ୍ ସହିତ ରାଧା ର ମିଳନ ରେ କରଯାଇଥିଲା । ୨୦୧୫ ମସିହା ଜୁଲାଇ ୨୩ ତାରିଖରେ କଳ୍ପନା ଏବଂ ୨୦୧୭ ମସିହା ମାର୍ଚ୍ଚ ୬ତାରିଖରେ ଜିତ୍ ଜନ୍ମ ହୋଇଥିଲା ।