ରାଜକନିକା ତା ୧୪/୦୮ : ଆମ ଦେଶ ଭାରତ ୭୮ତମ ସ୍ୱାଧୀନତା ଦିବସ ପାଳନ କରିବା ଅବସର ରେ ପ୍ରଧାନମନ୍ତ୍ରୀ ଙ୍କ ଆହ୍ୱାନରେ ହର ଘର ତ୍ରିରଙ୍ଗା ସାରା ଦେଶ ରେ ସମସ୍ତ ଙ୍କ ଘରେ ଉଡ଼ିବ | ଆମ ଦେଶ ର ତ୍ରିରଙ୍ଗା ପତାକା, ଏବଂ ପତାକା ଯୋଗାଇ ଦେବେ ସରକାର |
ଏହି ପରିପେକ୍ଷୀ ରେ ଆଜି ଆଳି ନିର୍ବାଚନ ମଣ୍ଡଳୀ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଅଛି | ଆଳି ଭାଜପା ବିଧାୟକ ପାର୍ଥୀ କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱ ରେ ହଜାର ହଜାର ଦେଶପ୍ରେମୀ ଯୁବକ, ଯୁବତୀ ଙ୍କ ସମେତ ନିର୍ବାଚନ ମଣ୍ଡଳୀ ର ବହୁ ନେତୃ ବୃନ୍ଦ ଯୋଗଦେଇ ନିଆଳ ସ୍ଥିତ ଆଳି ଗାନ୍ଧୀ ସହଦେଵ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଏବଂ ଡାକବଙ୍ଗଳା ଛକ ନିକଟ ରେ ଥିବା ମାଟି ର କର୍ଣ୍ଣଧାର ରାଜା ସାହେବ ଶରତ କୁମାର ଦେବ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ତ୍ରିରଙ୍ଗା ଶୋଭାଯାତ୍ରା ରେ ବାହାରି ରାଜକନିକା ତରାସ ଗାଁ ରେ ଥିବା ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ସାଂସଦ ଙ୍କ ପ୍ରତିନିଧି ଇଂ. ବସନ୍ତ କୁମାର ବିଶ୍ୱାଳ, ଶଶାଙ୍କ ସେଠୀ, ଅନନ୍ତ ନାରାୟଣ ରଥ, ଭକ୍ତବନ୍ଧୁ ମିଶ୍ର, ଶରତ ଜଗଦେବ, ବରାହ ପଣ୍ଡା, ଦୀପକ ମଲ୍ଲିକ ଓ ସୁଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ |