ହିନ୍ଦୁ ଧର୍ମର ବାସ୍ତୁଶାସ୍ତ୍ର ଅନୁସାରେ କିଛିଟା କାର୍ଯ୍ୟକୁ କରିବା ଦ୍ୱାରା ଜୀବନରେ ବାଧାବିଘ୍ନ ଆସିଥାଏ, ଯାହାକୁ ଆମେ ଜାଣିବା ନିହାତି ଜରୁରୀ ଅଟେ l ସେହିଭଳି କିଛିଟା ଜିନିଷ ରହିଛି ଯାହାକୁ ଛାତ ଉପରେ ରଖିବା ଆଦୌ ଉଚିତ ନୁହେଁ l ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ ଯାହାକୁ ଛାତ ଉପରେ ରଖିବା ଉଚିତ ନୁହେଁ l ଯଦିବି ଆପଣ ସେଭଳି କୌଣସି ଜିନିଷ କୁ ରଖୁଛନ୍ତି ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖନ୍ତୁ ନାହିଁ l ନଚେତ ଜୀବନ ଉପରେ ଖରାପ ପ୍ରଭାବ ପଡିଥାଏ l
– କିଛି ଲୋକଙ୍କର ଅଭ୍ୟାସ ରହିଥାଏ ଘରର ଛାତ ଉପରେ ଭଙ୍ଗା ଟେବୁଲ ଓ ଚେୟାର ରଖିବା, କିନ୍ତୁ ଏହା କରିବା ଠିକ ନୁହେଁ l ଏବଂ ଆମେ ମଧ୍ୟ ଅନେକ ସମୟ ରେ ଘରର ଛାତ ଉପରେ ପୁରୁଣା କାଗଜ ପେଟି ଓ ପୁରୁଣା ଜିନିଷ ରଖି ଦେଇଥାଉ l ଏପରି ଯଦି ରଖିଛନ୍ତି ତେବେ ତୁରନ୍ତ ଫୋପାଡ଼ି ଦିଅନ୍ତୁ l ନଚେତ ଏହା ସମୃଧିରେ ବାଧା ଆଣିଥାଏ l ଏବଂ ଏହାଦ୍ୱାରା ମଧ୍ୟ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l
– ଆମେ ସାଧାରଣ ଭାବରେ ଘରର ଛାତ ଉପରେ ବିଭିନ୍ନ ପ୍ରକାରର ଗଛ ଲଗାଇ ଥାଉ, ଘରର ଛାତ ଉପରେ ଗଛ ଲଗାଇବା ଖୁବ ଶୁଭ ଅଟେ l ଏହା ଜୀବନରେ ନୂତନ ଅଭିଳାଷ ଜାଗ୍ରତ କରିଥାଏ l କିନ୍ତୁ ଘରର ଛାତ ଉପରେ କଦାପି ଶୁଖିଲା ଗଛ ରଖିବା ଉଚିତ ନୁହେଁ l ଶୁଖିଲା ଗଛ ଯଦି ଛାତ ଉପରେ ରହିଥାଏ ତେବେ ଏହା ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ l
– ଘରର ଛାତ ଉପରେ କଦାପି ଖାଲି ପାତ୍ର ରଖିବା ଉଚିତ ନୁହେଁ l ଯଦି ବି ରଖୁଛନ୍ତି ସେଥିରେ ଜଳ ଭରି ରଖନ୍ତୁ, ନଚେତ ଗଛ ଲଗାଇ ରଖନ୍ତୁ l ନଚେତ ଜୀବନରେ ବିଭିନ୍ନ ପ୍ରକାର କାର୍ଯ୍ୟରେ ବାଧା ଆସିଥାଏ ଏବଂ ଜୀବନ ମଧ୍ୟ କଷ୍ଟ ଦାୟକ ହୋଇଥାଏ l