ଜ୍ୟୋତିଷ ଶାସ୍ତ୍ରରେ କଳସର୍ପ ଦୋଷ କୁ ଖୁବ ଭୟଙ୍କର ବୋଲି କୁହାଯାଇ ଥାଏ l କୁହାଯାଏ ଯେ ଯାହାର କୁଣ୍ଡଳୀ ରେ ଏହି ଦୋଷ ରହିଥାଏ , ତା ଜୀବନ ସମ୍ପୂର୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥାଏ l
* କାଳ ସର୍ପ ଦୋଷ ସେତେବେଳେ ଜଣେ ବ୍ୟକ୍ତିର ଜୀବନ ରେ ଘଟିଥାଏ ଯେତେବେଳେ କୁଣ୍ଡଳୀ ରେ ରାହୁ ଓ କେତୁ ଗୋଟିଏ ପାର୍ଶ୍ୱରେ ରହି ଥାଆନ୍ତି ଓ ଅନ୍ୟ ଗ୍ରହ ଏମାନଙ୍କ ମଧ୍ୟରେ ଆସି ଯାଆନ୍ତି l
* ମହାଦେବ ଙ୍କ କୃପାରୁ କାଳ ସର୍ପ ଦୋଷ ଦୂର ହୋଇଥାଏ l ତେଣୁ ଶ୍ରାବଣ ମାସ ସୋମବାର ରେ ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରିବା ଖୁବ ଫଳପ୍ରଦ ଅଟେ l
* ଶିବ ପଞ୍ଚାକ୍ଷର ସ୍ତୋତ୍ର ର ମହତ୍ୱ :-
– ଶିବ ପଞ୍ଚାକ୍ଷର ସ୍ତୋତ୍ର ରେ ୫ ଟି ଶ୍ଳୋକ ରେ ‘ନମଃ ଶିବାୟ ‘ ଓ ମହାଦେବ ଙ୍କ ସ୍ୱରୂପ ର ବର୍ଣନା ହୋଇଥାଏ l
– ମହାଦେବ ଙ୍କ ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରିବା ଦ୍ୱାରା ରୋଗ ବ୍ୟାଧି ଦୂର ହୋଇଥାଏ l
– ସୋମବାର ଦିନ ଏହି ସ୍ତୋତ୍ର କୁ ପାଠ କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ଲାଭ ହୋଇଥାଏ ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l
– ନିୟମିତ ଯଦି ଏହି ସ୍ତୋତ୍ର କୁ ପାଠ କରିବେ ତେବେ ସନ୍ତାନ ମାନଙ୍କର ଦୁଃଖ ଦୁର୍ଦଶା ଦୂର ହୋଇଥାଏ l
– ଯେଉଁ ସମୟରେ ଏହି ସ୍ତୋତ୍ର ପାଠ କରିବେ ସେହି ସମୟରେ ଅରୁଆ ଚାଉଳ ଓ ଫୁଲ ହାତରେ ଧରି ରଖିବେ l ସ୍ତୋତ୍ର ପାଠ ପରେ ଏହା ମହାଦେବ ଙ୍କ ନିକଟରେ ଅର୍ପଣ କରିବେ l