Odisha news

ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ୍

0

ତିହିଡି, ୦୯/୦୮(ଯଦୁମଣି ପାଣିଗ୍ରାହୀ) : ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ୍ କରିଛି ତିହିଡି ପୋଲିସ । ବିବାହର ପ୍ରଲୋଭନ ଦେଖାଇ ଅଭିଯୁକ୍ତ ସଂପୃକ୍ତା ନାବାଳିକାକୁ ଅପହରଣ କରି ବାହାରେ ଏକ ଭଡା ଘରେ ରଖିଥିଲା । ତା’ ସହିତ ଏକ ସପ୍ତାହ ଧରି ଦୁଷ୍କର୍ମ କରି ·ଲିଥିଲା । ନାବାଳିକାର ପରିବାର ବର୍ଗ ଝିଅକୁ ଖୋଜାଖୋଜି କରୁଥିବାର ସୂଚନା ପାଇ ଅଭିଯୁକ୍ତ ନାଳିକା ଜଣଙ୍କୁ ତିହିଡି ବଜାରରେ ଛାଡି ଦେଇ ଫେରାର ହୋଇଯାଇଥିଲା । ପ୍ରକାଶ ଯେ,ତିହିଡି ଥାନା କାଁପଡା ପଞ୍ଚାୟତ ଅଧିନ କାଁପଡାବିନ୍ଧା ଗାଁର ଜନୈକା ନାବାଳିକା ଘରୁ କୁଆଡେ ପଳେଇ ଯାଇଥିବା ପରିବାର ଲୋକେ ଥାନାରେ ଗତ ଜୁଲାଇ ୨୯ରେ ଏତଲା ଦେଇଥିଲେ । ଯାହାକୁ ନେଇ ଥାନାରେ ୩୦ ତାରିଖରେ ଏକ ମାମଲା ନଂ-୩୬୦/୨୪ରେ ରୁଜୁ ହୋଇଥିଲା । ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳ ଗୁଡ୍ ଗାଁର ନାରାୟଣ ମହାରଣାଙ୍କ ପୁଅ ରଞ୍ଜନ କୁମାର ମହାରଣା(୩୦) ସଂପୃକ୍ତା ନାବାଳିକାକୁ ତିହିଡି ବଜାରରୁ ଅପହରଣ କରି ନେଇଥିବା ପୋଲି ଜାଣିବାକୁ ପାଇଥିଲା । ପରେ ତାକୁ ନେଇ ବାସୁଦେବପୁରର ସୁଆଁ ଅଞ୍ଚଳରେ ଏକ ଭଡା ଘରେ ରଖିଥିଲା । ସେଠାରେ ଏକ ସପ୍ତାହ ରଖିବା ପରେ ବୁଧବାର ସକାଳେ ନାବାଳିକାକୁ ତିହିଡି ବଜାରରେ ଛାଡି ଦେଇ ପଳେଇ ଯାଇଥିଲା । ପରିବାର ଲୋକେ ପୋଲିସକୁ ଅବଗତ କରିବା ପରେ ଅଭିଯୁକ୍ତକୁ ଧରିବା ଲାଗି ଜାଲ ବିଛାଇଥିଲା ଏବଂ ଗୁରୁବାର ସକାଳ ପ୍ରାୟ ୯ ଘଟିକା ସମୟରେ ନାବାଳିକା ଅପହରଣକାରୀ ଦୁଷ୍କର୍ମ ଅଭିଯୁକ୍ତ ରଞ୍ଜନ କୁମାର ମହାରଣାକୁ ପୋଲିସ ଗିରଫ୍ କରିବାରେ ସକ୍ଷମ ହୋଇଛି । ଡାକ୍ତରୀ ମାଇନ୍ କରାଯିବା ପରେ ତାକୁ କୋର୍ଟ ·ଲାଣ କରାଯାଇଥିବା ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ଠାରୁ ସୂଚନା ମିଳିଛି ।

Nalco
Leave A Reply