ପ୍ରାୟ ଅଧିକାଂଶ ଘରର ବାଡ଼ିରେ ଆମେ ପିଜୁଳୀ ଗଛ ଦେଖିବାକୁ ପାଇଥାଉ, ପିଜୁଳି ଗୋଟିଏ ସୁସ୍ୱାଦୁ ଫଳ ହେବା ସହିତ ପୋଷାକ ତତ୍ତ୍ୱରେ ଭରପୁର ଅଟେ l ଆୟୁର୍ବେଦ ଅନୁସାରେ ଆମେ ଏହା ଜାଣି ନଥାଉ ଯେ ଏହି ପିଜୁଳୀଗଛ ର ପତ୍ର ସ୍ୱାସ୍ଥ୍ୟ ପକ୍ଷ ରେ ଏତେ ହିତକର ବୋଲି l
ପିଜୁଳୀପତ୍ର ରେ ଥିବା ପୋଷାକ ତତ୍ୱ ଗୁଡିକ କଣ –
– ଭିଟାମିନସ
– କ୍ୟାଲସିୟମ
– ପ୍ରୋଟିନ
– ଆଇରନ
– ମଗ୍ନେଶୀୟମ
– ପୋଟାସିୟମ
– ଏବଂ ଆଣ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ
ପିଜୁଳୀପତ୍ର ଚା ସେବନ ଦ୍ୱାରା ମିଳିଥାଏ ଏହିସବୁ ଲାଭ –
– ଓଜନ ହ୍ରାସ ହୋଇଥାଏ
– ଇମ୍ୟୁନିଟି ମଜବୁତ ହୋଇଥାଏ
– ବ୍ଲଡ଼ ସୁଗାର ଲେବୁଲ ନିୟନ୍ତ୍ରିତ ହୋଇଥାଏ
– ପାଚନ ତନ୍ତ୍ର ଠିକ ରହିଥାଏ
– ବ୍ୟାଡ଼ କୋଲେଷ୍ଟ୍ରଲ ହ୍ରାସ ହୋଇଥାଏ
– ପିଜୁଳୀପତ୍ର ର ଚା ସେବନ କରି ଆପଣ ଓଜନ ହ୍ରାସ କରିପାରିବେ , କାହିଁକିନା ଏହି ପିଜୁଳୀପତ୍ର ରେ କିଛି ବାୟଆକ୍ଟିଭ କମ୍ପାଉଣ୍ଡ ରହିଛି, ଯାହାକି ଶରୀରରେ କାର୍ବୋହାଡ଼ରେଟ ଅବଶୋଷଣ କୁ ଅଟକାଇ ଥାଏ l ଏହାଦ୍ୱାରା ଶରୀରରେ ସୁଗାର ଓ କ୍ୟାଲୋରୀ ମାତ୍ରା ବୃଦ୍ଧି ହୋଇ ନଥାଏ ଏବଂ ଓଜନ ହ୍ରାସ ହୋଇଥାଏ l
– ପିଜୁଳୀପତ୍ର ର ଚା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର , ଆପଣ ନିୟମିତ ପିଜୁଳୀପତ୍ର ର ଚା ସେବନ ଦ୍ୱାରା ଇମ୍ୟୁନିଟି ବୁଷ୍ଟ ହୋଇଥାଏ, ପିଜୁଳୀରେ ଥିବା ଭିଟାମିନ ସି ଓ ଆଣ୍ଟିଅକ୍ସିଡାଣ୍ଟ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ l ଏବଂ ବର୍ଷା ଋତୁରେ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିଥାଏ l
– ମଧୁମେହ ରୋଗୀଙ୍କ ପାଇଁ ପିଜୁଳୀପତ୍ର ରାମବାଣ ସଦୃଶ ଅଟେ, ଏଥିରେ ଅନେକ ପ୍ରକାରର ଏଞ୍ଜାଇମ ଗଛିତ ହୋଇ ରହିଥାଏ l ଯାହାକି ବ୍ଲଡ଼ ସୁଗାର ଲେବୁଲ କୁ ହ୍ରାସ କରିଥାଏ l
– ପେଟ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ବର୍ଷା ଋତୁରେ ଦେଖା ଯାଇଥାଏ l ତେଣୁ ବର୍ଷାଋତୁ ରେ ପୋଷାକ ରେ ଭରପୁର ପିଜୁଳୀପତ୍ର ରେ ପ୍ରସ୍ତୁତ ଚା ସେବନ କରିବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ସହିତ ଝାଡା ବାନ୍ତି ରୁ ମଧ୍ୟ ଆରାମ ମିଳିଥାଏ l
– ଯଦି ଆପଣ ହାଇ କୋଲେଷ୍ଟ୍ରଲ ରେ ପୀଡିତ ଅଟନ୍ତି ତେବେ ପିଜୁଳୀପତ୍ର ରେ ପ୍ରସ୍ତୁତ ଚା ନିହାତି ସେବନ କରନ୍ତୁ l ପିଜୁଳୀପତ୍ର ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଫ୍ରୀ ରେଡ଼ିକୁଲସ ଦ୍ୱାରା ହେଉଥିବା କ୍ଷତିରୁ ଶରୀରକୁ ରକ୍ଷା କରିଥାଏ , ଏବଂ କୋଲେଷ୍ଟ୍ରଲ ମୁକ୍ତ କରିଥାଏ l