Odisha news

କଥାବାଚକ ଜୟା କିଶୋରୀ ଙ୍କ ର ଏହି ୫ଟି କଥା : ବଦଳାଇ ଦେବ ଆପଣଙ୍କ ଜୀବନର ଗତିପଥ  

0

ଭାରତରେ କଥା ବାଚକ ଜୟା କିଶୋରୀ ଙ୍କର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ରହିଛି, ଯେଉଁଠି ସେ ପ୍ରବଚନ ଦେଇ ଥାଆନ୍ତି ସେଠାରେ ତାଙ୍କ ପ୍ରଶଂସକ ଙ୍କର ପ୍ରବଳ ଭିଡ଼ ଲାଗିଥାଏ l କିଛିଟା ପ୍ରବଚନ ଏଭଳି ଥାଏ ଯାହା ମଣିଷ ଜୀବନରେ ଗୋଟିଏ ବିଶେଷ ଛାପ ଛାଡ଼ିଥାଏ l ଆମେ ଭାବିଥାଉ ସେହି ବ୍ୟକ୍ତି ଜୀବନ ରେ ସଫଳ ବ୍ୟକ୍ତିତ୍ୱର ମକୁଟ ପିନ୍ଧିଥାଏ ଯିଏକି କଦାପି ଫେଲିଅର ହୋଇ ନଥାଏ l କିନ୍ତୁ ଏହା ଭୁଲ ଅଟେ ବୋଲି ଜୟା କିଶୋରୀ ଙ୍କ ମତ ଅଟେ l

– ସଫଳ ବ୍ୟକ୍ତିତ୍ୱ ସେହି ବ୍ୟକ୍ତିକୁ କହିବା ଯିଏ ଜୀବନରେ ପଡି ଉଠି ଠିଆହୋଇ ସଫଳ ହୋଇଛି l କୁହାଯାଏ ଯେ ଅସଫଳ ହେବାର ଅନୁଭବ ଆମକୁ ବହୁତ କିଛି ଶିଖାଇଥାଏ l ଯେଉଁ ବ୍ୟକ୍ତି ଅସଫଳର ସ୍ୱାଦ କୁ ହୃଦୟ ମଧ୍ୟରୁ ଗ୍ରହଣ କରିଥାଏ ସେହି ବ୍ୟକ୍ତି ହିଁ ଜୀବନ ରେ ସଫଳତା ର ସ୍ୱାଦ ଚାଖିଥାଏ l

– କିଛି ବ୍ୟକ୍ତି ଏଭଳି ଥାଆନ୍ତି ଯିଏକି ସଫଳତା ପାଇବା ପାଇଁ ସର୍ଟ କଟ ଗ୍ରହଣ କରନ୍ତି ପ୍ରତ୍ୟେକ କ୍ଷେତ୍ରରେ , ଜୟା କିଶୋରୀ ଙ୍କ ମତରେ ଜୀବନ ରେ ସମସ୍ତ ଶୀଘ୍ର ସଫଳତା ହାସଲ କରିବା ପାଇଁ ସର୍ଟ -କଟ ଆପଣାଇ ଥାଆନ୍ତି l ଯାହାକି ତାଙ୍କୁ ଖୁବ ଭାରି ପଡିଥାଏ l ପରିଶ୍ରମ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଖୁସି ରହିବା ହେଉଛି ଜରୁରୀ l

– କଦାପି ନିଜ ରୋଜଗାର ର ମାଧ୍ୟମ କାହାକୁ କହିବା ଉଚିତ ନୁହେଁ, କାହିଁକି ନା ଏହାଦ୍ୱାରା ଆପଣଙ୍କ ରୋଜଗାର ରେ ଅନ୍ୟର ନଜର ଲାଗିଥାଏ l ଏବଂ ଆର୍ଥିକ ବାଧା ଆସିଥାଏ l

– ଏହାଛଡା ନିଜ ପରିବାରର କୌଣସି କଥା ଅନ୍ୟ ଆଗରେ କିମ୍ବା ବାହାର ଲୋକଙ୍କ ନିକଟରେ କହିବା ଉଚିତ ନୁହେଁ, କାହିଁକି ନା ପରିବାରର ଭେଦ ଅନ୍ୟ ସାମ୍ନାରେ କହିବାର ଅର୍ଥ ନିଜକୁ ନିଜେ ପଦାରେ ପକାଇବା l

– ଯେତେ ନିଜର ଯେଉଁ ବ୍ୟକ୍ତି ହୋଇଥାଉ ନା କାହିଁକି କଦାପି ତା ସମ୍ମୁଖରେ ନିଜର ଜୀବନ ର କୌଣସି ଯୋଜନା କୁହନ୍ତୁ ନାହିଁ, ହୁଏତ ଏହା ଆପଣଙ୍କ ପାଇଁ ଗୋଟିଏ ଆହ୍ୱାନ ମଧ୍ୟ ହୋଇପାରେ  ଏବଂ ଆପଣଙ୍କ ଯୋଜନା ଭଣ୍ଡୁର ହୋଇପାରେ l

Leave A Reply