Odisha news

ଯୁବପିଢୀ ରିଲସ ଦେଖିବା ପରିବର୍ତେ କରନ୍ତୁ ଏହି ୮ ଟି କାର୍ଯ୍ୟ , ମିଳିବ ମୋଟିଭେସନ

0

ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ସଫଳତା ପାଇବାକୁ ଇଛା କରି ଥାଆନ୍ତି, ଆମେ ସମସ୍ତେ ନିଜ ଜୀବନ ରେ କିଛିଟା ବିଶେଷ କାର୍ଯ୍ୟ କରିବାକୁ ଚାହିଁ ଥାଆନ୍ତି l କିନ୍ତୁ ସଫଳତାର ରାସ୍ତା ଏତେ ସହଜ ନୁହେଁ l

ବର୍ତମାନ ପ୍ରାୟ ସମସ୍ତେ ସୋସିଆଲ ମିଡ଼ିଆର ପ୍ରେମରେ, ଦିନରାତି ଖାଲି ରିଲସ ଦେଖିବାରେ ବ୍ୟସ୍ତ, ସେହି ରିଲସ ମଧ୍ୟରେ କିଛି ଏଭଳି ଘଟଣା ମଧ୍ୟ ରହିଥାଏ ଯାହାକି ଆମକୁ ମୋଟୀଭେସନ କରିବା ପାଇଁ ପ୍ରସ୍ତୁତ କରାଯାଇ ଥାଏ l ତେଣୁ ମନୋବିଜ୍ଞାନୀଙ୍କ ମତରେ ଏଭଳି କିଛି କାର୍ଯ୍ୟ କରିବା ଜରୁରୀ ଯାହା ଜୀବନରେ ସକ୍ସେସ ଦେଇଥାଏ l

– ରୀଲ୍ସ ଦେଖିବା ବଦଳରେ ଯଦି ଆପଣ ପ୍ରତିଦିନ କିଛି ସମୟ ନିଜକୁ ଦେବେ ତେବେ ଏହା ଆପଣଙ୍କୁ ଜୀବନରେ ଖୁବ ଆଗକୁ ନେବ l ଏବଂ ନିଜର ଦିନର ଆରମ୍ଭ ରିଲସ ରୁ ନକରି ନିଜ ବିଷୟରେ ଭାବିବା ଜରୁରୀ , ଯେପରିକି ଆପଣଙ୍କ ଜୀବନର ଲକ୍ଷ କଣ ଏବଂ ଆପଣ କଣ କରିବାକୁ ଚାହୁଁଛନ୍ତି ଇତ୍ୟାଦି l

– ନିଜ ଘରର ବୟସ୍କ ସଦସ୍ୟଙ୍କ ସହିତ କିଛି ସମୟ ବିତାନ୍ତୁ କାହିଁକି ନା ଏହାଦ୍ୱାରା ଆପଣ କିଛିଟା ମୋଟୀଭେସନ ପାଇପାରିବେ ଏବଂ ନିଜକୁ କପରି ଗଢି ତୋଳିବେ ଶିଖି ପାରିବେ l

– ନିଜ ଘରର ବାତାବରଣ କୁ ଶୁଦ୍ଧ ରଖିବା ପାଇଁ ଘରେ କିଛିଟା ଇଣ୍ଡୋର ପ୍ଲାଣ୍ଟ ଲଗାନ୍ତୁ ଏବଂ ଘରର ଚାରିପଟରେ ଥିବା ଖାଲି ସ୍ଥାନରେ ମଧ୍ୟ ଗଛ ଲଗାନ୍ତୁ l

– ଜୀବନର ଗତିପଥ ବଦଳାଇବା ପାଇଁ କିଛିଟା ମହାପୁରୁଷ ଙ୍କ ଆତ୍ମା ଜୀବନୀ ପଢନ୍ତୁ , ଯାହା ଆପଣଙ୍କୁ ଜୀବନରେ ପ୍ରେରଣା ଦେବ l

– ସଫଳତା ରାତାରାତି ମିଳିନଥାଏ , ସେଥିପାଇଁ ଧର୍ଯ୍ୟ ର ଖୁବ ଅଧିକ ଆବଶ୍ୟକତା ରହିଛି l ତେଣୁ ପ୍ରତ୍ୟେକ କାର୍ଯ୍ୟରେ ଧର୍ଯ୍ୟର ଜରୁରୀ l

– ସଫଳର କୌଣସି ଅନ୍ତ ନାହିଁ, ତେଣୁ ସବୁ ସମୟ ରେ କିଛିନା କିଛି ନିହାତି ଶିଖିବା ଜରୁରୀ, ଏବଂ ଚେଷ୍ଟା କରିବା ଜରୁରୀ l

– ନକାରାତ୍ମକ ଭାବନା ଠାରୁ ଦୁରେଇ ରୁହନ୍ତୁ, କାହିଁକିନା ଏହା ଆପଣଙ୍କୁ ନିରାଶ କରିପାରେ l ଏବଂ ନିଜ ଲକ୍ଷରେ ପହଂଚିବା ପାଇଁ ବାଧା ଆଣିଥାଏ l
– ସକାରାତ୍ମକ ଲୋକ ମାନେ ଜୀବନରେ ପ୍ରେରଣା ଦେଇଥାଆନ୍ତି, ତେଣୁ ସଫଳତା ପାଇବା ପାଇଁ ସର୍ବଦା ସେମାନଙ୍କ ସଂସ୍ପର୍ଶ ରେ ରୁହନ୍ତୁ l

Leave A Reply