Odisha news

ଧାନମଣ୍ଡଳରେ ଉଦଯାପିତ ହେଲା ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ 

0
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଉଦୀୟମାନ ସବୁଜ ବାହିନୀ ପରିବେଶ ପରିକ୍ରମା ଆନୁକୂଲ୍ୟରେ ଆୟୋଜିତ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମ ସୋମବାର ଦିନ ବଡଚଣା ବ୍ଳକର ଧାନମଣ୍ଡଳ ସରସ୍ୱତୀ ବିଦ୍ୟାମନ୍ଦିର ଠାରେ ଉଦଯାପିତ ହୋଇଯାଇଛି! ଏହି ଉଦଯାପନି ଉତ୍ସବକୁ ପ୍ରାକ୍ତନ ଶିକ୍ଷା ନିରୀକ୍ଷକ ରାମଚନ୍ଦ୍ର ଶୁକ୍ଳ ଉଦଘାଟନ କରିଥିଲେ! ଏଥିରେ ମୁଖ୍ୟ ଅତିଥି ଭାବରେ ବଡ଼ଚଣା ବ୍ଲକ ଉପାଧ୍ୟକ୍ଷ ବିଭାଶଚନ୍ଦ୍ର ନନ୍ଦ, ମୁଖ୍ୟ ବକ୍ତା ଭାବେ ଡ଼ ସୁଧୀର ଚନ୍ଦ୍ର ସାମଲ , ସମ୍ମାନିତ ବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ କାହ୍ନୁଚରଣ ସାହୁ , ସାମାଜିକ କର୍ମୀ ଅନନ୍ତ ପ୍ରସାଦ ମାହାଲା ପ୍ରମୁଖ ଯୋଗ ଦେଇ ୭୫ତମ ବନ ମହୋତ୍ସବ ସପ୍ତାହର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ ! ଏହି କାର୍ଯ୍ୟକ୍ରମ ପ୍ରଥମ ଦିନରେ ଧର୍ମଶାଳା ବ୍ଲକ ଲହଙ୍ଗା ପାଟଣା ପଞ୍ଚାୟତ ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଆରମ୍ଭ ହୋଇ ପରେ ପରେ କୁରିକଣା ପଞ୍ଚାୟତ ନେତାଜୀ ନୋଡ଼ାଲ ସ୍କୁଲ , ମା ସିନ୍ଦୁରାଈ ଉଚ୍ଚ ବିଦ୍ୟାଳୟ , ଆରୁହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବଡ଼ଚଣା ବ୍ଲକର ଶାସନ ପୁରୁଷୋତ୍ତମପୁର ପ୍ରକଳ୍ପ ବିଦ୍ୟାଳୟ , ଚଣ୍ଡିତଳ ପଞ୍ଚାୟତର ସିଧେଶ୍ବର ବିଦ୍ୟାପୀଠ ବାତୋ , ବଡ଼ଘୁମୁରୀ ପଞ୍ଚାୟତ ପଞ୍ଚାୟତ ସରକାରୀ ସ୍କୁଲ ନୂଆ ଗାଁ , ରାଧାଦେଇପୁର ପଞ୍ଚାୟତ ବାଙ୍ଗୁରଗୁଣ୍ଠା, କଲାମ ଇନଷ୍ଟିଚ୍ୟୁଟ ପ୍ରଭୃତି ସ୍ଥାନ ମାନଙ୍କରେ ବୃକ୍ଷ ରୋପଣ ଓ ସଚେତନତା ସଭା ଆୟୋଜିତ ହୋଇଥିଲା! ଉଦୀୟମାନ ସଂସ୍ଥାର ସମ୍ପାଦକ ଅନିଲ ଦାସଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି ଉତ୍ସବରେ ସ୍ବେଚ୍ଛାସେବୀ  ମଦନ ମୋହନ ପରମାଣିକ , କାର୍ତ୍ତିକ ଚନ୍ଦ୍ର ଜେନା , ପ୍ରତାପ ଚନ୍ଦ୍ର ଦାସ ,ରଶ୍ମିରଂଜନ ଦାସ , ପାର୍ବତୀ ସାହୁ , ମୋନାଲିସା ପ୍ରଧାନ , ଗୀତାଞ୍ଜଳୀ ମିଶ୍ର , ଆଶୁତୋଷ ମିଶ୍ର , ସୁଧୀର ପ୍ରତାପ ସିଂହ , ଜମୁନା ଜେନା  , ଗୈ।ରାଙ୍ଗ ସାହୁ ପ୍ରମୁଖ ସହଯୋଗ କରିଥିଲେ!
Leave A Reply