Odisha news

ରାଜ୍ୟ ସ୍ତରୀୟ ପୁମସେ କରାଟେ ପ୍ରତିଯୋଗିତା ରେ ସ୍ଵର୍ଣ ପଦକ ଜିତିଲେ ସୌମ୍ୟ ପ୍ରତାପ

0

ରଙ୍ଗେଈଲୁଣ୍ଡା!!!!ରାଜ୍ୟ ରେ ଅନୁଷ୍ଠିତ ହୋଇଯାଇଥିବା 37ତମ ପୁମସେ ଓ କରାଟେ ପ୍ରତିଯୋଗିତା କଟକ ସ୍ଥିତ ଜବାହରଲାଲ ଇଣ୍ଡୋର ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇ ଯାଇଅଛି!କନିଷ୍ଠ ବିଭାଗ ର ଏହି ପ୍ରତିଯୋଗିତା ରେ ଗଞ୍ଜାମ ଜିଲ୍ଲା ର ସତର ଜଣ ପ୍ରତିଯୋଗୀ ଭାଗ ନେଇଥିଲେ!ବ୍ରହ୍ମପୁର ସ୍ଥିତ ଜାଗୁଆର ମାର୍ସଲ ଏକାଡେମୀ ର କୋଚ ଅମ୍ବିକା ପ୍ରସାଦ ଦାଶ ଙ୍କ ତତ୍ତ୍ୱଧାନ ରେ ସମସ୍ତେ ପ୍ରଶିକ୍ଷଣ ନେଉଥିଲେ!ଗତ ପାଞ୍ଚ ତାରିଖ ରେ ଆରମ୍ଭ ହୋଇ ଉକ୍ତ ପ୍ରତିଯୋଗିତା ସାତ ତାରିଖ ରେ ସମାପ୍ତ ହୋଇଥିଲା!ଏହି ପ୍ରତିଯୋଗିତା ରେ ଗଞ୍ଜାମ କନିସି ଅଞ୍ଚଳ ଶାସନ ପଦର ଗ୍ରାମ ରୁ ଯାଇଥିବା ସୋମ୍ୟ ପ୍ରତାପ ନାୟକ ରାଜ୍ୟ ସ୍ତରରେ କ୍ୟୁରୋଗୀ ରେ ରୋପ୍ୟ ପଦକ ହାସଲ କରିଥିବା ବେଳେ ପୁମସେ ବିଭାଗ ରେ ସ୍ଵର୍ଣ ପଦକ ବିଜେତା ହୋଇଛନ୍ତି!ଏଠାରେ ସୂଚନା ଯୋଗ୍ୟ ଯେ,ସୋମ୍ୟ ପ୍ରତାପ ର ଦୃଢ ଇଚ୍ଛାଶକ୍ତି ଏବଂ ନିଷ୍ଠା ଫଳରେ ସେ ଆଜି ଉଭୟ ଖେଳ ସହ ପାଠ ପଡ଼ାରେ ମଧ୍ୟ ସଫଳ ହୋଇ ପାରିଛନ୍ତି, ସଦ୍ୟ ଏକାଦଶ ଶ୍ରେଣୀ ରେ ଶତକଡା ନବେ ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହୋଇ ପାରିଛନ୍ତି!ସେ ଛୋଟ ବେଳୁ ବ୍ରହ୍ମପୁର ସ୍ଥିତ ଜେମ୍ସ ଟାଇକୋଣ୍ଡୋ ଏକାଡେମୀ ର ମୁଖ୍ୟ କୋଚ ଶ୍ରୀ ଅମ୍ବିକା ପ୍ରସାଦ ଦାଶ ଙ୍କ ତତ୍ତ୍ୱଧାନ ରେ ପ୍ରଶିକ୍ଷଣ ନେଇ ଦ୍ଵିତୀୟ ଡାନ ବ୍ଲାକ ବେଲ୍ଟ ହାସଲ କରି ରାଜ୍ୟ ସ୍ତର ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି!ନିଜ ପ୍ରତିକ୍ରିୟା ରେ ସୋମ୍ୟ ପ୍ରତାପ କହିଛନ୍ତି ଯେ, ବାପା ଜିତେନ୍ଦ୍ର ନାୟକ, କୋଚ ଅମ୍ବିକା ସାର, ସରସ୍ବତୀ ଶିଶୁ ମନ୍ଦିର, ଗୋସାଣି ନୂଆଗାଁ ର ଗୁରୁଜୀ ଏବଂ ଗୁରୁମା ଙ୍କ ପ୍ରେରଣା ସହ ଶ୍ରୀ ରାଧାରାଣୀ ଙ୍କ ଆଶୀର୍ବାଦ ଫଳରେ ମୁଁ ଏହି ସଫଳତା ପାଇ ପାରିଛି ବୋଲି କହିଛନ୍ତି!

Leave A Reply