Odisha news

କିସିଙ୍ଗ ଡିଜିଜ କଣ ? ଯାହା ଦ୍ୱାରା ବର୍ତମାନ ବ୍ରିଟେନ ସମେତ ଅନେକ ଦେଶ ପ୍ରଭାବିତ

0

ସାରା ବିଶ୍ୱରେ ବର୍ତମାନ ମଧ୍ୟ କରୋନା ଭୟ ଯାଇନାହିଁ, କିନ୍ତୁ ବର୍ତମାନ ଅନେକ ଦେଶରେ କିସିଙ୍ଗ ଡିଜିଜ ର ଭୟ ଦେଖା ଦେଇଛି l ବ୍ରିଟେନ ସମେତ ଅନେକ ଦେଶରେ ଗ୍ଲେଡୁଆର ଫିବର ବା କିସିଙ୍ଗ ଡିଜିଜ ର ପ୍ରକୋପ ଛାଇ ରହିଛି l ବ୍ୟକ୍ତିର ଲାଳ ସଂସ୍ପର୍ଶ ରେ ଆସିବା ଦ୍ୱାରା ଏହି ଗ୍ଲେଡୁଆର  ଫିବର ରେ ବ୍ୟକ୍ତି ସଂକ୍ରମିତ  ହୋଇଥାଏ l ବ୍ରିଟେନ ରେ ଏହି ଭାଇରସ ଦ୍ୱାରା ସଂକ୍ରମିତ ଜଣେ କଲେଜ ପାଠ ପଢୁଆ ଝିଅ ଡାକ୍ତର ଖାନରେ ଭର୍ତି ହୋଇଛି l

ଗ୍ଲେଡୁଆର  ଫିବର ବା କିସିଙ୍ଗ ଡିଜିଜ କଣ –
କିସିଙ୍ଗ ଡିଜିଜ ଏପଷ୍ଟିନ ବର୍ର ନାମକ ଭାଇରସ ରୁ ମଣିଷ ନିକଟକୁ ଏହା ବ୍ୟାପି ଥାଏ l ଏହାପରେ ସଂକ୍ରମିତ ବ୍ୟକ୍ତି ର ଲାଳ ରୁ ଏହି ରୋଗ ଅନ୍ୟ ବ୍ୟକ୍ତି ଙ୍କୁ ସଂକ୍ରମିତ ହୋଇଥାଏ l ଏହି ରୋଗ ଚୁମ୍ବନ, କାଶ, ଛିଙ୍କ, ଛଡା ଗୋଟିଏ ଚାମଚ ରେ ଖାଦ୍ୟ ଖାଇବା, ଗୋଟିଏ ସିଗାରେଟ କୁ ୨ଜଣ ବ୍ୟବହାର କରିବା  ଦ୍ୱାରା ମଧ୍ୟ ବ୍ୟାପିଥାଏ l

କିସିଙ୍ଗ ରୋଗର ଲକ୍ଷଣ –
କିସିଙ୍ଗ ଡିଜିଜ ର ଭାଇରସ ଯେତେବେଳେ ଶରୀର କୁ ଯାଇଥାଏ ସେତେବେଳେ ସର୍ବ ପ୍ରଥମ  ପରିବର୍ତନ ଗଳା ରେ ଦେଖା ଯାଇଥାଏ, କାଶ, ଗଳା କିଚ କିଚ ହୋଇଥାଏ , ବ୍ୟକ୍ତିର ଗଳା ରେ ଯନ୍ତ୍ରଣା ହୋଇଥାଏ ଏବଂ ତାକୁ ଗ୍ଲେଡୁଆର  ଫିବର ହୋଇଥାଏ l ଏହି ଜ୍ବରରେ ଗଳାର ଗ୍ରନ୍ଥି ରେ ଫୁଲା ଆସି ଯାଇଥାଏ l ଏହାପରେ ବ୍ୟକ୍ତିକୁ ବାନ୍ତି ହୋଇଥାଏ l

ଗମ୍ଭୀର ଜ୍ୱର ସହିତ ଶରୀର ରେ ରିବି ରିବି ହୋଇ ଫଳିଯାଏ, ମୁଣ୍ଡରେ ଗଭୀର ଯନ୍ତ୍ରଣା ଅନୁଭୂତ ହୋଇଥାଏ, ଭୋକ ଲାଗି ନଥାଏ, ଲିଭର ରେ ଯନ୍ତ୍ରଣା ଅନୁଭବ ହୋଇଥାଏ l ଏହି ରୋଗ କୁ କିସିଙ୍ଗ ଡିଜିଜ କୁହାଯାଇ ଥାଏ l

କିସିଙ୍ଗ ଡିଜିଜ ର ପ୍ରଭାବ –
କିସିଙ୍ଗ ଡିଜିଜ ର ସବୁଠୁ ଅଧିକ ପ୍ରଭାବ ଲିଭର ଉପରେ ପଡିଥାଏ l ଏହି ଭାଇରସ ସବୁଠୁ ଅଧିକ ଲିଭର କୁ ପ୍ରଭାବିତ କରିଥାଏ l ଏହି କାରଣରୁ ଲିଭର ଫଳିଆର ଓ ହେପାଟାଇଟିସ ଭଳି ସମସ୍ୟା ଦେଖା ଯାଇଥାଏ l ଏଭଳି ଲକ୍ଷଣ ଦେଖିଲେ ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ କରନ୍ତୁ l

Leave A Reply