ସାଲେପୁର,୫/୭:- ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ସାଲେପୁରର ତିରିଶତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଶିକ୍ଷାକେନ୍ଦ୍ର ଠାରେ ବହୁତ ଗୁଡିଏ ବୃକ୍ଷ ଚାରା ରୋପଣ କରାଯାଇଥିଲା।ଅନୁଷ୍ଠାନର ସଭାପତି ହରିହର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ଜୀବନରେ ଭଲ ମଣିଷ ହେବା ପାଇଁ ପୂର୍ଣାଙ୍ଗଶିକ୍ଷାର ଆବଶ୍ୟକତା ରହିଛି।କଠିନ ପରିଶ୍ରମ,ଦୃଢ଼ ମନୋବଳ ଓ ଆତ୍ମବିଶ୍ବାସ ରହିଲେ ସଫଳତାର ଶୀର୍ଷରେ ପହଞ୍ଚି ପାରିବ ବୋଲି ପିଲାମାନଙ୍କୁ ଉପଦେଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଲକ୍ଷସ୍ମିନୃସିଂଙ୍ଗ ହାଇସ୍କୁଲ ପୁରୁଷୋତ୍ତମପୁରର ପ୍ରଧାନ ଶିକ୍ଷୟିତ୍ରୀ ତୃପ୍ତି ଦାଶ ଯୋଗଦେଇ ପିତା ମାତାଙ୍କ କଥା ମାନ ଏବଂ ଗୁରୁଙ୍କୁ ସମ୍ମାନ ଜଣାଇବାକୁ ପରାମର୍ଶ ଦେଇଥିଲେ।ଅନୁଷ୍ଠାନର ସମ୍ପାଦକ ଅକ୍ଷୟ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ।ଅଧ୍ୟକ୍ଷ ବଳରାମ ସାହୁ ବକ୍ତବ୍ୟ ମାଧ୍ୟମରେ ପିଲାମାନଙ୍କୁ ବହୁ ଉପଦେଶ ଦେଇଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ବେହେରା ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ।ଶେଷରେ କୋଷାଧ୍ୟକ୍ଷ ଅଶ୍ୱିନୀ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବହୁ ଅଭିଭାବକ ମାନେ ଯୋଗଦେଇ ଥିଲା ବେଳେ ଶିକ୍ଷାକେନ୍ଦ୍ର ର ସମସ୍ତ ଅପା, ଭାଇ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।