Odisha news

ଗୋରୁ ବୋଝେଇ ମିନିଟ୍ରକ ଜବତ, ୨ ଗିରଫ

0
ନିରାକାରପୁର,୨୭/୬: ବର୍ତ୍ତମାନ ଖୋରଧା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗୋରୁ ମାଫିଆ ମାନେ ଅତି ଅମାନୁଷିକ ଭାବେ ଗୋରୁମାନଙ୍କୁ ଗାଡ଼ିରେ ବୋଝେଇ କରି ରାଜ୍ୟ ବାହାର କଂସେଇ ଖାନାକୁ ଚାଲାଣ କରୁଥିବା ବେଳେ ବୁଧବାର ବିଳମ୍ୱିତ ରାତିରେ ନିରାକାରପୁର ଅଞ୍ଚଳର ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ମାନେ କୌଣସି ସୂତ୍ରରୁ ସୂଚନା ପାଇ ଭଗବତୀପଡା  ନିକଟରୁ ଗୋରୁ ଚାଲାଣ ହେଉଥିବା ବେଳେ ଗୋରୁ ଗାଡି ସହିତ ବେପାରୀଙ୍କୁ ଧରି
ପୋଲିସ ଜିମା ଦେଇଛନ୍ତି। ବିଭିନ୍ନ ସମୟରେ ସୁଚନା ମିଳିଛି ଛୋଟ ଛୋଟ ଗାଡ଼ିରେ ବିଭିନ୍ନ ଅଂଚଳରୁ ଗୋରୁ ମାଫିଆ ମାନେ ଗୋରୁ ଆଣି ପୂର୍ବରୁ ଜଙ୍ଗଲ ନିକଟରେ ଛିଡ଼ା ହୋଇଥିବା କଣ୍ଟେନର ରେ ଅମାନୁଷିକ ଭାବେ ଲୋଡ କରି ବାହାର ରାଜ୍ୟକୁ ପଠାଉଛନ୍ତି। ପୋଲିସ  ଗୋରୁ ବୋଝେଇ ମିନିଟ୍ରକ ନଂ ଓ ଡି ୦୨ ବି କେ୧୦୪୯ କୁ ଜବତ କରିଛି। ୫ ଗାଈ ଙ୍କୁ ଅତି ନିଷ୍ଠୁର ଭାବେ ବନ୍ଧା ଯାଇ ଗାଡ଼ିରେ ଅଣାଯାଇଥିବା ଦେଖିବାକୁ ମିଳିଛି। ଗିରଫ ଦୁଇ ଜଣ ହେଲେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ଗ୍ରାମର ଡ଼୍ରାଇଭର ଏସ କେ ଏକ୍ରାମ ଙ୍କ ପୁତ୍ର ଏସ,କେ ସାଜିଦ ଓ ଖୋରଧା ଆଦର୍ଶ ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମର ଏସ କେ ଗୁଲଜାର ଙ୍କ ପୁତ୍ର ହେଲପର ଏସ କେ ରୌସଦ ଅଲ୍ଲୀ। ଉଭୟଙ୍କୁ ନିରାକାରପୁର ପୋଲିସ ଗିରଫ କରି କେସ ନଂ ୧୬୪/୨୪ ରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଥିବାବେଳେ ଗୋରୁ ମାନଙ୍କୁ  ପଶୁ ଚିକିତ୍ସକ ପରୀକ୍ଷା କରି ସାରିବା ପରେ  ଗୋଶାଳା ରେ ଛଡ଼ା ଯାଇଥିବା ଆଇଆଇସି ବିଶ୍ୱଜିତ ରାଉତରାୟ ଙ୍କ ଠାରୁ ଜଣାପଡିଛି।
Leave A Reply