ଆଠଗଡ଼,୨୬।୬ : ବୁଧବାର ଆଠଗଡ଼ ଅବକାରୀ କାର୍ଯ୍ୟାଳୟ ଠାରେ ‘ଅନ୍ତର୍ଜାତିକ ନିଶା ଅପବ୍ଯବହାର ଓ ଅବୈଧ କାରବାର ନିରୋଧ ଦିବସ -୨୦୨୪ ‘ ଅନୁଷ୍ଠିତ ହୋଇଯାଇଛି । ଅବକାରୀ ବିଭାଗ ପକ୍ଷରୁ ଆଜିର ଦିବସରେ ଏକ ସଚେତନତା ରଥ ଆଠଗଡ଼ ଥାନା ,ଖୁଣ୍ଟୁଣୀ ଥାନା,ଗୁରୁଡ଼ିଝାଟିଆ ଥାନା ଏବଂ ତିଗିରିଆ ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ନିଶା ନିବାରଣ ନିମନ୍ତେ ସଚେତନତା କରାଯିବା ସହ ନିଶା ସେବନ ଦ୍ୱାରା ହେଉଥିବା ସାମାଜିକ ଓ ପାରିବାରିକ କ୍ଷତି ବିଷୟରେ ଅବଗତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅବକାରୀ ଉପ ଅଧିକ୍ଷକ ନିମାଇଁ ଚରଣ ସିଂ, ଅବକାରୀ ନୀରିକ୍ଷକ ହେମନ୍ତ ମହାନଦିଆ,ଉପ ନିରୀକ୍ଷକ ଅରୁଣ ଭୋଇ ଙ୍କ ସମେତ ସମସ୍ତ ଅବକାରୀ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ।
