Odisha news

ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା : ହିନ୍ଦୁ ଧର୍ମରେ କଣ ରହିଛି ଏହି ଦିନର ମହତ୍ୱ

0

ପ୍ରତ୍ୟେକ ମାସର ଶେଷ ଦିନଟି ହେଉଛି ପୂର୍ଣିମା, ଏବଂ ଜ୍ୟେଷ୍ଠ ମାସର ପୂର୍ଣିମା ଦିନକୁ ଜ୍ୟେଷ୍ଠ ପୂର୍ଣିମା ବା ଦେବସ୍ନାନ ପୂର୍ଣିମା ବୋଲି କୁହାଯାଇ ଥାଏ l ଏହିଦିନ ଟିକୁ ମଧ୍ୟ ବାର୍ଷିକ ସ୍ନାନ ପର୍ବ ବୋଲି କୁହାଯାଇ ଥାଏ l ଏହିଦିନଟିର ହିନ୍ଦୁ ଧର୍ମରେ ଅନେକ ମାନ୍ୟତା ରହିଛି l ମାନ୍ୟତା ଅନୁସାରେ ଜ୍ୟେଷ୍ଠ ପୂର୍ଣିମା ଦିନ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ବଡଭାଇ ବଳଭଦ୍ର , ସାନ ଭାଇ ଭଉଣୀ ମା  ଏବଂ ସୁଦର୍ଶନ ଙ୍କ ସହିତ ସ୍ନାନ ମଣ୍ଡପ ରେ ବିରାଜ ମାନ କରନ୍ତି, ଏବଂ ଅସହ୍ୟ ଗରମ ପ୍ରକୋପ କୁ ସହି ନପାରି ସୁନା କୂଅ ର ସୁନା କଳସୀ ରେ ଆସିଥିବା ୧୦୮ ଜଳ ରେ ସ୍ନାନ କରିଥାଆନ୍ତି l ଏହି ମହାସ୍ନାନ ପରେ ପ୍ରଭୁ ଜ୍ବରରେ ପୀଡିତ ହେବେ ଏବଂ ଅଣସର ପିଣ୍ଡିକୁ ଯିବେ l

ଏହି ଅଣସର ସମୟ ରେ ଶ୍ରୀ ଜୀୟୁ ଙ୍କୁ ଫୁଲୁରୀ ତେଲ ରେ ଉପଚାର କରାଯାଇ ଥାଏ l ଏବଂ ରତ୍ନ ସିଂହାସନ ରେ ପଟି ଦିଅଁ ପୂଜା ପାଇ ଥାଆନ୍ତି l ଶ୍ରୀ ମନ୍ଦିର ରେ ଅଣସର ସମୟରେ ମହା ପ୍ରସାଦ ପ୍ରସ୍ତୁତ ହୋଇ ନଥାଏ, କେବଳ ଶୁଖିଲା ଭୋଗ ମହାପ୍ରଭୁ ଙ୍କ ନିକଟରେ ଅର୍ପଣ କରାଯାଏ l ଚଳିତ ବର୍ଷ ଦେବସ୍ନାନ ପୁର୍ଣିମା ଜୁନ ମାସ ୨୨ ତାରିଖ ଶନିବାର ଦିନ ପାଳିତ ହେବାକୁ ଯାଉଛି l

ଧାର୍ମିକ ମହତ୍ୱ –
ଜଗନ୍ନାଥ ଭକ୍ତ ଙ୍କ ବିଶ୍ୱାସ ରହିଛି ଯେ ଯଦି ଏହିଦିନ ସ୍ନାନ ବେଦୀ ରେ ଶ୍ରୀଜୀୟୁ ଙ୍କୁ ତାଙ୍କ ଭକ୍ତ ମାନେ ଦର୍ଶନ କରନ୍ତି ତେବେ ସମସ୍ତ ପାପ ରୁ ମୁକ୍ତି ମିଳିଥାଏ l ସ୍କନ୍ଦ ପୁରାଣ ରେ ଉଲେଖ ରହିଛି ଯେ ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଥମ ଥର ପାଇଁ ଦେବସ୍ନାନ ପୁର୍ଣିମା କୁ ଆୟୋଜନ କରିଥିଲେ l

– ମାନ୍ୟତା ରହିଛି ଯେ ଯଦି ଏହିଦିନ ଶ୍ରୀଜଗନ୍ନାଥ ଙ୍କ ନିକଟରେ ତୁଳସୀ ଓ ଗଙ୍ଗା ଜଳ ଅର୍ପଣ କରାଯାଏ ତେବେ ଜାତକ ରୁ ଗ୍ରହ ଦୋଷ ଦୂର ହୋଇଥାଏ l

– ଜ୍ୟେଷ୍ଠ ପୂର୍ଣିମା ଦିନ ଜଗନ୍ନାଥ ସହସ୍ର ନାମ ଓ ବିଷ୍ଣୁ ସହସ୍ର ନାମ ପାଠ କରିବାର ରହିଛି ଅନେକ ମହତ୍ୱ, ଯଦି ଏହିଦିନ ଏହାକୁ ଘରେ ପାଠ କରାଯାଏ ତେବେ ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ l

– ଗୃହ ର ମୁଖ୍ୟ ଦ୍ୱାର ହେଉଛି ଈଶ୍ୱର ଙ୍କ ଆଗମନ ର ଦ୍ୱାର, ତେଣୁ ଜ୍ୟେଷ୍ଠ ପୁର୍ଣିମା ଦିନ ଏଠାରେ ଗୋଟିଏ ଅଖଣ୍ଡ ଦୀପ ଅର୍ପଣ କରି ଗୋଟିଏ କଳସ ସ୍ଥାପନା କରନ୍ତୁ, ଏହାଦ୍ୱାରା ଘରର ନକାରାତ୍ମକ ଶକ୍ତି ର ବିନାଶ ହୋଇଥାଏ l

– ଆଜିର ଦିନରେ କିଛି ମିଠା ଜିନିଷ ଠାକୁରଙ୍କ ନିକଟରେ ପ୍ରସ୍ତୁତ କରି ଅର୍ପଣ କରନ୍ତୁ, ଏହାଦ୍ୱାରା ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ଐଶ୍ୱର୍ଯ୍ୟ ଲାଭ ମଧ୍ୟ ହୋଇଥାଏ l

Leave A Reply