Odisha news

ପର୍ଯ୍ୟଟନ ବିଭାଗର କାର୍ଯ୍ୟଧାରାର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା

ଗ୍ରାମାଞ୍ଚଳରେ ସାଂସ୍କୃତିକ-ଐତିହାସିକ ଗୌରବ ବହନ କରୁଥିବା ସ୍ଥାନଗୁଡ଼ିକୁ ପର୍ଯଟନ ମାନଚିତ୍ରରେ ସ୍ଥାନ ଦେବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

0

ଭୁବନେଶ୍ୱର,20/06/2024: ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପର୍ଯ୍ୟଟନ ବିଭାଗର କାର୍ଯ୍ୟଧାରା ସମୀକ୍ଷା କରିଛନ୍ତିା ଆଜି ଅପରାହ@ରେ ପର୍ଯ୍ୟଟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ବିଭାଗର ବିଭିନ୍ନ ରୂପରେଖ ଓ କାର୍ଯ୍ୟଧାରା ସଂପର୍କରେ ବରିଷ୍ଠ ଅଧିକାରୀମାନେ ଶ୍ରୀମତୀ ପରିଡ଼ାକୁ ଅବଗତ କରାଇଥିଲୋ ବୈଠକ ପ୍ରାରମ୍ଭରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଏବଂ ବରିଷ୍ଠ ଅଧିକାରୀମାନେ ଶ୍ରୀମତୀ ପରିଡ଼ାଙ୍କୁ ପୁଷ୍ପଗୁଚ୍ଛ ଓ ଶ୍ରୀଜଗନ୍ନାଥଙ୍କ ପଟ୍ଟଚିତ୍ର ଦେଇ ସ୍ୱାଗତ କରିଥିଲୋ ଏହି ଅବସରରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଦିଗରେ ବିଭାଗ ପକ୍ଷରୁ ନିଆଯାଇଥିବା ବିିଭିନ୍ନ ପଦକ୍ଷେପ, ଜାରି ରହିଥିବା ସ୍ୱତନ୍ତ୍ର ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଯୋଜନା ସଂପର୍କରେ ଅଧିକାରୀମାନେ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲୋ ଏଥି ସହ କେନ୍ଦ୍ରୀୟ ଯୋଜନାରେ ପରିଚାଳିତ ପ୍ରସାଦ ଏବଂ ସ୍ୱଦେଶ ଦର୍ଶନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପକୁ ଶ୍ରୀମତୀ ପରିଡ଼ା ସମୀକ୍ଷା କରିବା ସହ ଏହାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲୋ
କର୍ମଚାରୀ ଓ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ସହ ଗାଇଡ଼୍‍ ଏବଂ ପର୍ଯ୍ୟଟନ ସହ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆବଶ୍ୟକ ତାଲିମ ପ୍ରଦାନ ଉପରେ ମନ୍ତ୍ରୀ ଶ୍ରୀମତୀ ପରିଡ଼ା ଗୁରୁତ୍ୱାରୋପ କରିଥିଲୋ ଏଥି ସହ ଓଡ଼ିଆ ଖାଦ୍ୟ ପରମ୍ପରାର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିବା ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପରିଚାଳିତ ବିଭିନ୍ନ ଆଉଟ୍‍ଲେଟ୍‍ରେ ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଥିଲୋ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ନୂତନ ସ୍ଥାନକୁ ଯୋଡ଼ିବା, ଅବହେଳିତ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତିକରଣ ଏବଂ ବିଭିନ୍ନ ଗ୍ରାମାଞ୍ଚଳରେ ସାଂସ୍କୃତିକ-ଐତିହାସିକ ଗୌରବ ବହନ କରୁଥିବା ସ୍ଥାନଗୁଡ଼ିକୁ ପର୍ଯଟନ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲୋ ରାଜ୍ୟରେ ପର୍ଯ୍ୟଟନ ସମ୍ଭାବନାର ଅଭିବୃଦ୍ଧି କରି ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ବଜେଟରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲୋ ଏପରିକି ପର୍ଯର୍୍ୟଟନ ବିଭାଗ ସହ ଜଡ଼ିତ ଅଂଶୀଦାରମାନଙ୍କୁ ପ୍ରୋତ୍ସାହନ ଦେବାକୁ ସେ କହିଥିଲୋ
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ବାଳମୁକୁନ୍ଦ ଭୂୟାଁ ଓ ଅନନ୍ତ ନାରାୟଣ ସିଂ ଲାଗୁରୀ, ଯୁଗ୍ମ ଶାସନ ସଚିବ ସରୋଜ କୁମାର ସ୍ୱାଇଁ, ବିତ୍ତ ପରାମର୍ଶଦାତା ରାଜକିଶୋର ପଲେଇ, ଓଟିଡିସିର ସାଧାରଣ ପରିଚାଳକ ଡ. ଲଲାଟେନ୍ଦୁ ସାହୁ, ଅତିରିକ୍ତ ନିର୍ଦ୍ଦେଶକ ବିଶ୍ୱଜିତ ରାଉତରାୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲୋ

 

 

Ad2
Leave A Reply