Odisha news

ବାୟୁ ପ୍ରଦୂଷଣ ଯୋଗୁଁ ଗୋଟିଏ ବର୍ଷରେ ଦେଶରେ ୧ଲକ୍ଷ ୭୦ ହଜାର ଶିଶୁଙ୍କ ମୃତ୍ୟୁ : ଷ୍ଟେଟ ଗ୍ଲୋବାଲ ରିପୋର୍ଟର ସୂଚନା  

0

ବର୍ତମାନ ବାୟୁ ପ୍ରଦୂଷଣ ଭାରତ ପାଇଁ ଗୋଟିଏ ବଡ଼ ସମସ୍ୟା ଭାବରେ ଦେଖା ଦେଇଛି, ଭାରତର ବଡ଼ ବଡ଼ ସହର ଗୁଡିକ ବର୍ତମାନ ପଲ୍ୟୁସନ ର ଶୀର୍ଷ ସ୍ଥାନରେ ରହିଛି l ଜୁନ ୧୯ ତାରିଖ ଦିନ ଷ୍ଟେଟ ଅଫ ଗ୍ଲୋବାଲ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ଖୁବ ଆଶ୍ଚର୍ଯ୍ୟ କରିଦେଇଛି l

ଷ୍ଟେଟ ଅଫ ଗ୍ଲୋବାଲ ରିପୋର୍ଟ ର ସୂଚନା ଅନୁସାରେ ୨୦୨୧ ରେ ଭାରତ ରେ ବାୟୁ ପ୍ରଦୂଷଣ ର କାରଣ ୫ବର୍ଷ ରୁ କମ ଆୟୁ ର ପାଖାପାଖି ୧ ଲକ୍ଷ ୭୦ ହଜାର ପିଲା ମୃତ୍ୟୁ ବରଣ କରିଥିବାର ଅନୁମାନ ରହିଛି l ଏହି ରିପୋର୍ଟ ଅନୁସାରେ ଲଗାତାର ଚେଷ୍ଟା ପରେ ବିଶେଷ ଭାବରେ ଦକ୍ଷିଣ ଏସିଆ ଓ ପୂର୍ବ, ପଶ୍ଚିମ, ମଧ୍ୟ ଓ ଦକ୍ଷିଣ ଆଫ୍ରିକା ତର ୫ ବର୍ଷରୁ କମ ଆୟୁ ର ପିଲା ମାନଙ୍କର ବାୟୁ ପ୍ରଦୂଷଣ ରେ ମୃତ୍ୟୁ ସଂଖ୍ୟା ସର୍ବାଧିକ l

ବାୟୁ ପ୍ରଦୂଷଣ ଦ୍ୱାରା ସବୁଠୁ ଅଧିକ ନିମୋନିଆ ଆତଙ୍କ –
ଇନ୍ଷ୍ଟିଚ୍ୟୁଟ ଫର ହେଲ୍ଥ ମେଟ୍ରିକ୍ସ ଏଣ୍ଡ ଇଭାଲୁଇସନ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ପ୍ରଦୂଷିତ ବାୟୁ ଛୋଟ ପିଲାଙ୍କ ଜୀବନ ପ୍ରତି ବିପଦ ର କାରଣ ବୋଲି ଦର୍ଶା ଯାଇଛି l ଏହି କାରଣରୁ ଛୋଟ ପିଲା ମାନେ ଅଧିକ ନିମୋନିଆ ରେ ପୀଡିତ ହେଉ ଥିବାର ସୂଚନା ମିଳିଛି l

ୟୁନିସେଫ ମଧ୍ୟ ଚିନ୍ତାରେ –
ୟୁନିସେଫ ର ଉପ କାର୍ଯ୍ୟକାରୀ ନିର୍ଦେଶକ କିଟି ବେନ ଙ୍କ ମତ ଅନୁସାରେ ମା ଓ ଶିଶୁ ଙ୍କ ସ୍ୱାସ୍ଥ୍ୟ ରେ ପ୍ରଗତୀ ସତ୍ୱେ ପ୍ରତିଦିନ ପ୍ରାୟ ୨ହଜାର ଶିଶୁ ବାୟୁ ପ୍ରଦୂଷଣ ଯୋଗୁଁ ରୋଗ ଗ୍ରସ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି l ଯାହାର ମୁଖ୍ୟ କାରଣ ଗର୍ଭାବସ୍ଥା ରେ ଗର୍ଭସ୍ଥ ଶିଶୁ ମଧ୍ୟ ହେଉଛି ବାୟୁ ପ୍ରଦୂଷଣ ର ସମୁଖୀନ l

ଏହି ତଥ୍ୟ ଆଶ୍ଚର୍ଯ୍ୟ କଲାଭଳି ହୋଇଥିଲେ ସୁଧା ଏହା ମଧ୍ୟ ଚିନ୍ତାର କାରଣ ଅଟେ l ଯେତେବେଳେ ଶିଶୁଟି ମାତୃ ଗର୍ଭରେ ବିକଶିତ ହୋଇଥାଏ, ସେତେବେଳେ ସେ ମା ପ୍ରଶ୍ୱାସ ରେ ଗ୍ରହଣ କରୁଥିବା ପ୍ରଦୂଷିତ ବାୟୁ ରେ  ରୋଗ ଗ୍ରସ୍ତ ହୋଇଥାଏ l ଛୋଟ ପିଲାଙ୍କ ଫୁସଫୁସ ଖୁବ ଛୋଟ ହୋଇଥାଏ ଏବଂ ବୟସ୍କ ମାନଙ୍କ ଫୁସଫୁସ ସହିତ ସମାନ ଥାଏ l ଯେଉଁ କାରଣରୁ ଶିଶୁ ମାନେ ଖୁବ ଶୀଘ୍ର ବାୟୁ ପ୍ରଦୂଷଣ ର ଶିକାର ହୁଅନ୍ତି l

Ad2
Leave A Reply