Odisha news

ଆଜି ହେଉଛି ବିଶ୍ୱ ଯୋଗ ଦିବସ : ଚଳିତ ବର୍ଷର ଥିମ ‘ ମହିଳା ସଶକ୍ତି କରଣ ପାଇଁ ଯୋଗର ଭୂମିକା ‘

0

କଥାରେ ଅଛି ଯିଏ କରି ଥାଆନ୍ତି ଯୋଗ, ତାଙ୍କୁ ଛୁଇଁ ନଥାଏ ରୋଗ l ଆଜିର ବ୍ୟସ୍ତ ବହୁଳ ଜୀବନ ରେ ନିଜକୁ ସୁସ୍ଥ ରଖିବା ନିହାତି ଜରୁରୀ l ଏହି କାରଣରୁ ଭାରତୀୟ ସଂସ୍କୃତି ସହିତ ଜଡିତ ଏହି କ୍ରିୟା ଆଜି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ପାଇଛି l ତେଣୁ ପ୍ରତି ବର୍ଷ ଜୁନ ୨୧ ତାରିଖ ଦିନଟିକୁ ବିଶ୍ୱ ଯୋଗ ଦିବସ ଭାବରେ ପାଳନ କରାଯାଉଛି l

କେବେ ଆରମ୍ଭ ହୋଇଥିଲା ଆନ୍ତର୍ଜାତୀୟ ଯୋଗ ଦିବସ –
ଏହି ବିଶେଷ ଦିନ ଟିକୁ ପାଳନ କରିବାର ଚଳଣୀ ଭାରତରୁ ଆରମ୍ଭ ହୋଇଥିଲା l ୨୦୧୪ ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଯୁକ୍ତ ରାଷ୍ଟ୍ର ମହାସଭା ରେ ଅନ୍ତ୍ରରlଷ୍ଟ୍ରିୟ ଯୋଗ ଦିବସ ପାଳନ କରିବାର ପ୍ରସ୍ତାବ ରଖିଥିଲେ l ଯାହାକୁ ସଂଯୁକ୍ତ ରାଷ୍ଟ୍ର ଗ୍ରହଣ କରିଥିଲା ଏବଂ ସାରା ବିଶ୍ୱରେ ୨୦୧୫ ଜୁନ ମାସ ୨୧ ତାରିଖ ରେ ଯୋଗ ଦିବସ ପ୍ରଥମ ଥର ସାରା ବିଶ୍ୱରେ ପାଳନ କରାଯିବାର ନିଷ୍ପତି ନିଆଯାଇ ଥିଲା l ଏବଂ ସେହି ଦିନଠାରୁ ଜୁନ ୨୧ ତାରିଖ କୁ ଯୋଗ ଦିବସ ଭାବରେ ପାଳନ କରାଗଲା l

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ର ଥିମ କଣ –
ପ୍ରତ୍ୟେକ ବର୍ଷ ଯୋଗ ଦିବସ ର ଗୋଟିଏ ନିର୍ଦ୍ଧିଷ୍ଟ ଥିମ ରଖାଯାଇ ଥାଏ l ଚଳିତ ବର୍ଷର ଯୋଗ ଦିବସ ଥିମ ମହିଳା ମାନଙ୍କ ଉପରେ ଆଧାରିତ ଅଛି, ଏବଂ ଚଳିତ ଥରର ଥିମ ହେଉଛି ମହିଳା ସଶକ୍ତି କରଣ ପାଇଁ ଯୋଗର ଭୂମିକା ‘ ଏହି ବିଶେଷ ଥିମ ମହିଳାଙ୍କୁ ସଶକ୍ତ କରିବା ଓ ତାଙ୍କୁ ସୁସ୍ଥ ରଖି ଗୋଟିଏ ସ୍ୱାସ୍ଥ୍ୟ ସମ୍ପର୍ଣ ଜୀବନ ପାଇଁ ଅନୁପ୍ରାଣିତ କରିବା l ଯୋଗ ଦିବସ ଉପଲକ୍ଷେ ପ୍ରତିବର୍ଷ ବିଶ୍ୱରେ ଭାରତ ସମେତ ୧୯୦ ରୁ ଅଧିକ ଦେଶରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ଥାଏ l ଚଳିତ ବର୍ଷ ବିଶ୍ୱରେ ମହିଳା ମାନଙ୍କ ପ୍ରଗତି ଓ ଉନ୍ନତି ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ କ୍ରମର ଆୟୋଜନ କରାଯିବ l

Ad2
Leave A Reply