Odisha news

ସପ୍ତଦଶ ପିଏମ କିଷାନ ସମ୍ମାନ ନିଧି ଯୋଜନା ଅର୍ଥ ପ୍ରଦାନ , କୃଷକ କଲ୍ୟାଣ ପାଇଁ ବିଜେପି ପ୍ରତିଶୃତିବଦ୍ଧ: ମନମୋହନ ସାମଲ

0

 ପିଏମ କିଷାନ ସମ୍ମାନ ନିଧି ଯୋଜନାର ତାଲିକାରୁ ବଂଚିତ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରିବା ଉଦ୍ଦେଶ୍ୟରେ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ
 କୃଷକକଲ୍ୟାଣ ପାଇଁ ଆନ୍ତରିକ ନିଷ୍ଠା ଓ ପ୍ରଚେଷ୍ଟା କାରଣରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ରାଜ୍ୟ ସଭାପତି
 ଲାଭାନ୍ୱିତ ହେଲେ ଓଡିଶାର ୩୧.୬୨ ଲକ୍ଷ ଚାଷୀ
ଭୁବନେଶ୍ୱର, ତା.୧୮/୦୬: କୃଷି ହେଉଛି ଭାରତୀୟ ଅର୍ଥନୀତିର ମୁଳଦୁଆ । ଚାଷୀର ଆର୍ଥୀକ ଅଭିବୃଦ୍ଧିରେ ରାଜ୍ୟର ବିକାଶ ସମ୍ଭବ । ବିକଶିତ ଭାରତର ସଂକଳ୍ପ ପୂରଣ ପାଇଁ କୃଷି କ୍ଷେତ୍ରରେ ବିିକାଶ ନିହାତି ଜରୁରୀ । କେନ୍ଦ୍ରରେ ମୋଦି ସରକାର ଶାସନକୁ ଆସିବା ପରେ ଅନେକ କୃଷକ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ସମ୍ଭବ ହୋଇଛି । ପିଏମ କିଷାନ ସମ୍ମାନ ନିଧି ଯୋଜନା ଏଥି ମଧ୍ୟରୁ ଅନ୍ୟତମ । ବିଶେଷ ଭାବେ ଓଡିଶା ଭଳି କୃଷିଭିତିକ ରାଜ୍ୟର ଚାଷୀ ଭାଇ ଓ ଭଉଣୀମାନେ ଏହି ଆର୍ଥୀକ ସହାୟତା କାରଣରୁ ଲାଭାନ୍ୱିତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦାୟୀତ୍ୱ ନେବା ପରେ ଆଜି ୧୭ତମ କିସ୍ତି ପିଏମ କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ୯.୩ କୋଟି ଚାଷୀଙ୍କ ବ୍ୟାଂକ ଆକାଉଂଟକୁ ସିଧାସଳଖ ୨୧ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ଏହା ଅନ୍ତର୍ଗତ ଓଡିଶାର ୩୧.୬୨ ଲକ୍ଷ ଚାଷୀଙ୍କ ବ୍ୟାଂକ ଆକାଉଂଟକୁ ଟଙ୍କା ଟ୍ରାନ୍ସଫର ହୋଇଛି । କୃଷକକଲ୍ୟାଣ ପାଇଁ ଆନ୍ତରିକ ନିଷ୍ଠା ଓ ପ୍ରଚେଷ୍ଟା କାରଣରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ପୂର୍ବ ସରକାରରେ ପିଏମ କିଷାନ ଯୋଜନାର ତାଲିକାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ପାତରଅନ୍ତର କାରଣରୁ ଅନେକ ଚାଷୀ ଭାଇ ଭଉଣୀମାନେ ବାର୍ଷିକ ୬ ହଜାର ଟଙ୍କାର ଆର୍ଥୀକ ସହାୟତା ପାଇବାରୁ ବଂଚିତ ହେଉଥିଲେ । ଓଡିଶାବାସିଙ୍କ ଆସ୍ଥା କାରଣରୁ ବର୍ତମାନ ରାଜ୍ୟରେ ବିଜେପିର ଡବଲ୍ ଇଂଜିନ ସରକାର ଗଠନ ସମ୍ଭବ ହୋଇଛି । ଚାଷୀ ଭାଇ ଓ ଭଉଣୀଙ୍କ ସ୍ୱାର୍ଥ ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ । ସର୍ବଭାରତୀୟ ସ୍ତରରେ ଓଡିଶାର ଚାଷୀଙ୍କ ଆୟକୁ ଏକ ନମ୍ବର କରିବା ପାଇଁ ସମସ୍ତ ପ୍ରକାରର ପ୍ରଚେଷ୍ଟା କରିବ ବିଜେପି । ପିଏମ କିଷାନ ସମ୍ମାନ ନିଧି ଯୋଜନାର ତାଲିକାରୁ ବଂଚିତ ହିତାଧିକାରୀଙ୍କୁ ଯଥାଶୀଘ୍ର ତାଲିକାଭୁକ୍ତ କରିବା ଉଦ୍ଦେଶ୍ୟରେ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Nalco
Leave A Reply