Odisha news

କଂଗ୍ରେସ ନେତା ଅଜୟ ରାୟଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆହ୍ୱାନ , ଆଉଥରେ ନିର୍ବାଚନ ଲଢ଼ି ପ୍ରଧାନମନ୍ତ୍ରୀ ବିଜୟ ହାସଲ କଲେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି

0

ଉତ୍ତରପ୍ରଦେଶ ର ବାରଣାସୀ ଲୋକସଭା ସିଟ ରୁ ସାଂସଦ ଭାବରେ ଚୟନ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ନିଜ ସଂସଦୀୟ କ୍ଷେତ୍ର ରେ ପହଂଚିଥିଲେ l ସେଠାରେ ତାଙ୍କର ଟକ୍କର କଂଗ୍ରେସ ନେତା ଅଜ୍ଞ ରାୟ ଙ୍କ ସହିତ ଥିଲା l ଶ୍ରୀଯୁକ୍ତ ରାୟ ବର୍ତମାନ ପୁନର୍ବାର ନରେନ୍ଦ୍ର ମୋଦୀ ଙ୍କୁ ଆହ୍ବାନ ଦେଇଛନ୍ତି ଓ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ବାରଣାସୀ ସିଟ ଛାଡି ଆଉଥରେ ନିର୍ବାଚନ ଲଢନ୍ତୁ ଓ ବିଜୟ ହାସଲ କରନ୍ତୁ l ଯଦି ଜିତି ଗଲେ ତେବେ ମୁଁ ରାଜନୀତି ଛାଡ଼ିଦେବି l ଗୋଟିଏ ଟିଭି ଚ୍ୟାନେଲ୍ କୁ ସାକ୍ଷାତକାର ଦେଇ ରାୟ କହିଥିଲେ କାଶୀ ଜନତା ତାଙ୍କୁ ଭୋଟ ତ ଦେଲେ କିନ୍ତୁ ସ୍ନେହ ଆମକୁ ମିଳିଲା l ଗତ ଥର ଶପଥ ଗ୍ରହଣ ସମାରୋହ ପୂର୍ବରୁ କାଶୀର ଜନସାଧାରଣ ଙ୍କୁ ଧନ୍ୟବାଦ କହିବାକୁ ଆସିଥିଲେ, କିନ୍ତୁ ଚଳିତ ଥର ବିଜୟ ଲାଭ କରିବାର ୧୪ ଦିନ ପରେ କାଶୀ ଆସୁଛନ୍ତି l

ଏହାପରେ ଶ୍ରୀ ରାୟ କହିଛନ୍ତି ମୋ ହିସାବ ରେ ପ୍ରଧାନମନ୍ତ୍ରୀ ରହି କୌଣସି ନେତା ଙ୍କର ଭୋଟ ସବୁଠୁ ଅଧିକ କମି ଯାଇଛି l କାଶୀ ର ଜନସାଧାରଣ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି l ବର୍ତମାନ ଏଠାକୁ ଜବରଦସ୍ତି ଆସିବା, ନିଜର ଗୁଜୁରାଟୀ ଭାଇ ମାନଙ୍କୁ ସମସ୍ତ ଠେକା ଦେବା, ସମସ୍ତ ବ୍ୟବସାୟ ଦେବା କୁ କାଶୀ ର ଜନସାଧାରଣ ବୁଝି ସାରିଛନ୍ତି l

ଅଜୟ ରାୟ ଆରୋପ ଲଗାଇଛନ୍ତି ଯେ ବନାରସ ର ସ୍ଥିତିକୁ ଖରାପ କରାଯାଇଛି, ଏଠାରେ କୃଷକ ମାନଙ୍କର ଭୂମି ହଡପ କରାଯାଉଛି l ଜବରଦସ୍ତି କୃଷକ ମାନଙ୍କର ଜମି କୁ ନେଇ ଗୁଜୁରାଟୀ ବ୍ୟବସାୟୀ  ଙ୍କୁ ଦିଆଯାଉଛି l କିନ୍ତୁ ଏଠାକାର ସ୍ଥାନୀୟ ଲୋକ ଙ୍କୁ କାମ ମିଳୁନି l ଗୋଟିଏ ଜାତୀୟ ଗଣମାଧ୍ୟମ କୁ ସାକ୍ଷାତକାର ଦେଇ ଶ୍ରୀ ରାୟ କହିଛନ୍ତି ଯେ ଯଦି ଆଉଥରେ ନିର୍ବାଚନ ଲଢ଼ି ପ୍ରଧାନମନ୍ତ୍ରୀ ମୋଦୀ ବିଜୟ ହାସଲ କରିବେ ତେବେ ମୁଁ ରାଜନୀତି ରୁ ସନ୍ୟାସ ନେଇଯିବ l

Leave A Reply