ବେତନଟୀ : ନୂତନ ମନ୍ତ୍ରୀମଣ୍ଡଳରେ ମୋରଡା ବିଧାୟକ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଗୃହ , ନଗର ଉନ୍ନୟନ ଓ ସାଧାରଣ ଅଭିଯୋଗ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲାପରେ ଜିଲ୍ଲାକୁ ପ୍ରଥମ ଗସ୍ତ ଅବସରରେ ଆଜି ଅପରାହ୍ନରେ କଳମା , ବୈଶିଙ୍ଗା ଓ ବେତନଟୀ ଠାରେ ଜନସାଧାରଣଙ୍କ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବୈଶିଙ୍ଗାଠାରେ ଜିଲ୍ଲା ଏସ ସି ମୋର୍ଚ୍ଚାର ସଭାପତି ବ୍ରଜମୋହନ ବେହେରା , ରତିକାନ୍ତ ମହାନ୍ତ , ପ୍ରଶାନ୍ତ ସାମଲ , ଶାନ୍ତନୁ ପଣ୍ଡା , ଉତ୍ସର୍ଗ ବେହେରା , ମନମୋହନ ମାଝୀ, ଚନ୍ଦ୍ରହାସ୍ୟ ପାଣିଗ୍ରାହୀ , କାଳୀଚରଣ ଟୁଡୁ , ଜିଲ୍ଲା ପରିଷଦ ସଭ୍ୟ ଜଗନ୍ନାଥ ମଲ୍ଲିକ , ମହିଳା ମୋର୍ଚ୍ଚାର ବହୁ ସଦସ୍ୟା ଯୋଗଦାନ କରିଥିଲେ lଏହି ଅବସରରେ ଆଦିବାସୀ ମହିଳାମାନଙ୍କ ପକ୍ଷରୁ ପାରମ୍ପରିକ ଶୈଳୀରେ ଧୁମସା ମାଦଳର ତାଳେତାଳେ ନୃତ୍ୟ ପରିବେଷଣ କରାଯାଇଥିଲା ଏବଂ ମାନ୍ୟବର ମନ୍ତ୍ରୀ ମଧ୍ୟ ଆନନ୍ଦରେ ସେମାନଙ୍କ ସହିତ ମିଶି କିଛି ସମୟ ନୃତ୍ୟ କରୁଥିବା ବେଳେ ପରିବେଶର ଖୁବ୍ ରୋଚକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବେତନଟୀ ବଙ୍ଗଳାଛକ ଠାରେ ଶତାଧିକ ସମର୍ଥକଙ୍କ ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଦଳର ପ୍ରମୁଖ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରଦୀପ କୁମାର ପରିଡା , ଜଗବନ୍ଧୁ ପଣ୍ଡା , ରାଜକିଶୋର ସାହା , ଜୀବନ କୁମାର ପରିଡ଼ା , ତପନ କୁମାର ପରିଡ଼ା , କୁନା ମହାନ୍ତ , ଆଗ୍ରିଆ ସରପଞ୍ଚ ମିନତି ସିଂ , ଜିଲ୍ଲା ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟା ଅନିନ୍ଦିତା ସାହୁ , ସଞ୍ଜୟ ବେହେରା , ଖଗେନ୍ଦ୍ର ସାହୁ , ଶିଶିର ବେହେରା , ଅଲୟ ପ୍ରଧାନ ଓ ଅନ୍ୟ ବିଜେପି କର୍ମୀ ବିପୁଳ ପରିମାଣରେ ଉପସ୍ଥିତ ରହି ସ୍ୱାଗତ କରିଥିଲେ ।