Odisha news

ରାମାୟଣର ରୋଚକ କଥା : ରାବଣର ୧୦ଟି ମୁଣ୍ଡ ପଛର କଣ ରହିଛି ରହସ୍ୟ

0

ରାମାୟଣ ରେ ରାବଣ ହେଉଛି ଗୋଟିଏ ପ୍ରମୁଖ ପାତ୍ର, ଯାହା ବିନା ରାମକଥା ଅଧୁରା l ପରମ ଜ୍ଞାନୀ ଓ ବିଚକ୍ଷଣ ବୁଦ୍ଧି ସହିତ ରାବଣ ର ୧୦ଟି ମୁଣ୍ଡ କାରଣରୁ ରାବଣ କୁ ଦଶାନନ କୁହାଯାଇ ଥାଏ l କଣ ପ୍ରକୃତରେ ରାବଣ ର ୧୦ ଟି ମୁଣ୍ଡ ଥିଲା ? କିଛି ବିଦ୍ୱାନ ଙ୍କ ମତରେ ରାବଣ ର ୧୦ ଟି ମୁଣ୍ଡ ନଥିଲା l

– ଜୈନ ଧର୍ମର ଶାସ୍ତ୍ର ଅନୁସାରେ, ରାବଣ ର ୧୦ ଟି ମୁଣ୍ଡ ନଥିଲା, ରାବଣ ର ଗଳା ରେ ବଡ଼ ବଡ଼ ୯ ଟି ଗୋଲାକାର ମାଣିକ ଥିଲା, ଯାହାକି ରାବଣ ର ମା କେକସି ତାକୁ ଦେଇଥିଲା l ଏହି ୯ଟି ମଣି ରେ ତାର ମୁଣ୍ଡ ଦେଖାଯାଇ ଥାଏ l ଏବଂ ରାବଣ ୧୦ ଟି ମୁଣ୍ଡ ଥିବାର ଭ୍ରମ ସୃଷ୍ଟି କରିଥାଏ l

– ଅନେକ ଗୁଡିଏ ଧର୍ମ ପୁରାଣ ରେ ରାବଣ କୁ ମାୟାବୀ ମଧ୍ୟ କୁହାଯାଇଛି l ଯାହା ନିକଟରେ ଅନେକ ଗୁଡିଏ ଶକ୍ତି ଓ ସିଦ୍ଧି ରହିଥିଲା l ସେ ଅନେକ ଗୁଡିଏ ମାୟା ମଧ୍ୟ କରିପାରି ଥାଏ l ତେଣୁ ମାୟା ବଳରେ ରାବଣ ୧୦ ଟି ମୁଣ୍ଡର ଭ୍ରମ ସୃଷ୍ଟି କରିଥାଏ l

– ହିନ୍ଦୁ ମାନ୍ୟତା ଅନୁସାରେ ରାବଣ ର ୧୦ ଟି ମୁଣ୍ଡ ଥିଲା, ଯାହାକି ତାକୁ ଭଗବାନ ଶିବ ଙ୍କ ଆଶୀର୍ବାଦ ରୁ ପ୍ରାପ୍ତ କରିଥିଲା l ମାନ୍ୟତା ରହିଛି ଯେ ରାବଣ ମହାଦେବ ଙ୍କ ପରମ ଭକ୍ତି ଥିଲା ଯେଉଁ କାରଣରୁ ମହାଦେବ ତାକୁ ଦଶାନନ ହେବାର ବର ପ୍ରଦାନ କରିଥିଲେ l ଏବଂ ରାବଣ ର ୧୦ ଟି ମୁଣ୍ଡକୁ ୧୦ଟି ପାପ ର ପ୍ରତୀକ ଭାବରେ ଗ୍ରହଣ କରାଯାଇ ଥାଏ l

– ରାମଚରିତ ମାନସ ରେ ମଧ୍ୟ ରାବଣ ର ୧୦ ଟି ମୁଣ୍ଡର ବର୍ଣନା ହୋଇଛି l ଏହି ଅନୁସାରେ କୃଷ୍ଣପକ୍ଷ ର ଅମାବାସ୍ୟା ରୁ ଚାଲିଥିବା ଯୁଦ୍ଧ ସମୟ ରେ ରାବଣ ର ଗର୍ତ୍ତଟିଏ ଗୋଟିଏ ମୁଣ୍ଡ କଟା ଯାଇଥିଲା l ଏବଂ ଶୁକ୍ଲପକ୍ଷ ର ଦଶମୀ ତିଥିରେ ରାବଣ ର ବଧ ହେଲା l  ସେଥିପାଇଁ ବିଜୟା ଦଶମୀ ଦିନ ରାବଣ ବଧ କରାଯାଇ ଥାଏ l

– ରାମକଥା ଓ ଧର୍ମ ଗ୍ରଂଥ ଅନୁସାରେ ରାବଣ କୁ ଗୋଟିଏ ଖଳନାୟକ ଭାବରେ ବିବେଚନା କରାଯାଇ ଥାଏ l କିନ୍ତୁ ରାବଣ ନିକଟରେ ଅନେକ ଗୁଡିଏ ଭଲ ଗୁଣ ରହିଥିଲା l ଯେପରିକି ତନ୍ତ୍ର-ମନ୍ତ୍ର, ବେଡ଼ , ଗୀତ -ସଂଗୀତ ର ପ୍ରଗାଢ଼ ଜ୍ଞାନ ରହିଥିଲା l ରାବଣ ପରମ ଜ୍ଞାନୀ, ଶିବ ଭକ୍ତ ଓ ମହାନ ତପସ୍ୱୀ ଥିଲା l ଏହି କାରଣରୁ ଯେତେବେଳେ ରାବଣ ଯେତେବେଳେ ମୃତ୍ୟୁ ବରଣ କଲା ରାମଚନ୍ଦ୍ର  ତା ନିକଟରୁ ଗୂଢ଼ ଜ୍ଞାନ ନେବା ପାଇଁ ଲକ୍ଷ୍ମଣ କୁ କହିଥିଲେ l

Leave A Reply