Odisha news

କୁଏତରୁ ଆସିଲା ମୃତ ଶରୀର ନିଜ ଜନ୍ମସ୍ଥାନ କରଡାପଲ୍ଲୀ।

0

ଆଠଗଡ଼ ତା ୧୫-୬-୨୪ କୁଏତ ଅଗ୍ନି କାଣ୍ଡରେ ପ୍ରାଣ ହରାଇଥିବା ଆଠଗଡ଼ ବ୍ଲକ ତିଗିରିଆ ଥାନା ଅନ୍ତର୍ଗତ କରଡାପଲ୍ଲୀ ଗ୍ରାମର ମହମ୍ମଦ ଜହୁର(୩୩) ମରଶରୀର ନିଜ ଗ୍ରାମ ରେ ଶନିବାର ଦିନ ୧୨ ଟା ୫୦ ମିନିଟ୍ ସମୟରେ ପହଞ୍ଚିଥିଲା। ମୃତ ମହମ୍ମଦ ଜହୁର ୨୦୧୭ ମସିହା ଠାରୁ ସେ କୁଏତ ରେ କାର୍ଯ୍ୟ କରୁଥିଲେ। ଏହି ମୃତ୍ୟୁ ଖବର ପାଇବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ଆଖ ପାଖ ଗାଁର ହଜାର ହଜାର ସଂଖ୍ୟା ରେ  ଲୋକ ବିରାଟ ଶୋଭାଯାତ୍ରାରେ ମରଶରୀରକୁ ଆଣିଥିଲେ।ମୃତ ଜହୁର ଙ୍କୁ ଦେଖିବା ପାଇଁ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପହଞ୍ଚି ମରଶରୀର ଉପରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ମୃତ ମହମ୍ମଦ ଜହୁର ଙ୍କ ପରିବାର କୁ ସମବେଦନା ଜଣାଇବା ସହିତ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରତିଶୃତି ଦେଇଛନ୍ତି।

Govt
Leave A Reply