ଜୁଲାଇ ୧ ତାରିଖରୁ ବ୍ରିଟିସ ଆଇନ ହଟିବ, ସାରା ଦେଶରେ ନୂଆ ପୁଲିସ ଆଇନ ଲାଗୁ ହେବ : ସବୁ ଡିଜିପିଙ୍କ ସହ ଗୃହମନ୍ତ୍ରାଳୟର ଆଲୋଚନା
ଭୁବନେଶ୍ବର: ଜୁଲାଇ ପହିଲାରୁ ବ୍ରିଟିସ ଆଇନ ହଟିବ। ସାରା ଦେଶରେ ନୂଆ ପୁଲିସ ଆଇନ ଲାଗୁ ହେବ। ୧୮୬୦ ମସିହାରୁ ଚାଲିଥିବା ବ୍ରିଟସ ଆଇନକୁ ହଟାଇ ଦିଆଯିବ । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ସବୁ ଡିଜିପିଙ୍କ ସହ ଆଲୋଚନା କରାଯାଇଛି। ନୂଆ ଆଇନର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି। ନୂଆ ଆଇନ ଆସିବା ପରେ ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟକୁ ହଟାଇ ଦିଆଯିବ। ଇଣ୍ଡିଆନ ପେନାଲ କୋଡ୍ ପରିବତ୍ତେ ଆସିବ ଭାରତୀୟ ନ୍ୟାୟ ସଂହିତା।
