Odisha news

ରଜ ମହୋତ୍ସବ ପାଇଁ ଉଦୀୟମାନର ପ୍ରସ୍ତୁତି ଚୂଡାନ୍ତ : ଶେଷ ରଜରେ ଉଦଯାପନୀ

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ଧାନମଣ୍ଡଳ ସ୍ଥିତ  ଉଦୀୟମାନ ମହିଳା ସଂଗଠନ ପକ୍ଷରୁ ରଜ ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଛି ! ପ୍ରତିବର୍ଷ ପରି ଚଳିତ ବର୍ଷ ଏହି ଉତ୍ସବରେ କବାଡି , ଗୁଡ଼ି ଉଡାଣ , ସ୍ବାଦିଷ୍ଟ ପୋଡ଼ପିଠା , ଖିଲିପାନ , ରଜ ଦୋଳି ପ୍ରତିଯୋଗିତା ସହିତ ମହିଳା ମାନଙ୍କ ମଧ୍ୟରେ ଆକର୍ଷଣୀୟ ଖେଳକୁଦ ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ଶେଷ ରଜରେ ପୁରସ୍କୃତ କରାଯିବକୁ ସଙ୍ଗଠନ ପକ୍ଷରୁ ଯୋଜନା ହୋଇଛି! ଏଥିନେଇ ମଙ୍ଗଳବାର ଦିନ ସଂଙ୍ଗଠନ କାର୍ଯ୍ୟାଳୟରେ ଏକ ବୈଠକବସି ଶୃଙ୍ଖଳିତ ଭାବେ ଉତ୍ସବ ପରିଚାଳନା ପାଇଁ ନିଷ୍ପତ୍ତି ହୋଇଥିଲା! ଗତ କିଛିଦିନ ପୂର୍ବରୁ ସଂଗଠନ ପକ୍ଷରୁ ଅନୁଷ୍ଠିତ ହୋଇ ସାରିଥିବା ସୁଗୃହିଣୀ ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ପ୍ରତିଯୋଗୀଙ୍କୁ ଶେଷ ରଜରେ ଆୟୋଜିତ ଉଦଯାପନୀ ଉତ୍ସବରେ ସୁନା ମଙ୍ଗଳ ସୁତ୍ର , ମୁଦି , କାନଫୁଲ , ରୂପା ପାଉଁଜୀ , ଅଣ୍ଟା ବିଛା , ଆର୍ମଲେଟ୍ ଓ ଅନ୍ୟାନ୍ୟ ଉପହାର ମାନ ପ୍ରଦାନ କରାଯିବ !  ଏହା ସହିତ ସଂନ୍ଧ୍ୟାରେ ଉଦୀୟମାନ କଳାପରିଷଦର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପାରମ୍ପରିକ ନୃତ୍ୟ ଗୀତ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହେବ ବୋଲି  ଅନୁଷ୍ଠାନର ସମ୍ପାଦକ ଅନୀଲକୁମାର ଦାସ ସୂଚନା ଦେଇଛନ୍ତି!
Ad2
Leave A Reply