Odisha news

ସିନାପାଲି ସହର ରେ ପାନୀୟ ଜଳ ସମସ୍ୟା, ସିନାପାଲି ବିଡ଼ିଓ ଙ୍କ ନିକଟରେ ଫେରାଦ ହେଲେ ମହିଳା।2 ଦିନରେ ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ 

0
 ସିନାପାଲି:୧୦/୬ : ନୂଆପଡ଼ା ଜିଲ୍ଲା ସିନାପାଲି ସହରରେ ପାନୀୟ ଜଳ ର ସମସ୍ୟା ନେଇ ସିନାପାଲି ବିଡ଼ିଓ ଙ୍କ ନିକଟ ରେ ସିନାପାଲି ସହର ର ମହିଳା ମାନେ ଫେରାଦ ହୋଇଥିବା ଜଣାପଡ଼ିଛି । ସୋମବାର ପୂର୍ବାହ୍ନ ୧୧ଘଣ୍ଟା ସମୟରେ ସିନାପାଲି ସହରର ମହିଳା ମାନେ ଏକତ୍ରିତ ହୋଇ ବିଡ଼ିଓ ଙ୍କ ନିକଟରେ ପହଞ୍ଚି ପାନୀୟ ଜଳ ସମସ୍ୟା ର ସମାଧାନ କରିବାକୁ ଦାବି ଜଣାଇବା ସହ ତୁରନ୍ତ ସମାଧାନ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲାର ସିନାପାଲି ଏକ ଜନବହୁଳ ସହର ହୋଇଥିବା ବେଳେ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ୧୪ ଗୋଟି ୱାର୍ଡ କୁ ନେଇ ଗଠିତ । ସିନାପାଲି ସହରର ବସ ଷ୍ଟାଣ୍ଡ ଓ ମହୁଲ ଗଛେନ ଗୁଡ଼ି ପଡା(ସା ପଡା ) କୁ ଜଳ ଯୋଗାଣ କରିବା ପାଇଁ ଉଦନ୍ତୀ ନଦୀ ରେ ପ୍ରକଳ୍ପ ନିର୍ମାଣ କରାଯାଇଛି ହେଲେ କିଛି ପଡା କୁ ପାଣି ଯୋଗାଣ ହେଉଥିବା ବେଳେ ବସ ଷ୍ଟାଣ୍ଡ ପଡା ଓ ଗୁଡ଼ି ପଡା କୁ ଜଳ ଯୋଗାଣ ହୋଇପାରୁ ନାହିଁ। ଗୁଡ଼ି ପଡା ନିକଟରେ ଗୋଟିଏ ନଲ କୁପ ଉପରେ ନିର୍ଭର ହେଉଥିବା ରୁ ବିଶେଷ ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏପରିକି ଏହି ନଳ କୁପ ରୁ ଆବଶ୍ୟକ ପାଣି ବାହାରୁ ନ ଥି ବା ବେଳେ ଦୂଷିତ ପାଣି ବାହାରୁଛି ଯାହା ପିଇବା ଅନୁପଯୋଗି ବୋଲି ପ୍ରକାଶ କରିଛନ୍ତି। ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗ କୁ ଟାଣ ଖରା ଲାଗି ରହିଥିବା ବେଳେ ପାଣି ଟିକିଏ ପାଇବା ପାଇଁ ଲୋକେ ହନ୍ତ ସନ୍ତ ହେଉଛନ୍ତି। ଏହି ସମସ୍ୟା କୁ ନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ବେଳେ ସ୍ଥାନୀୟ ଜଳଯୋଗାଣ ବିଭାଗ ର ଆନ୍ତରିକତା ଅଭାବ ସାଂଗକୁ କୋହଳ ମନୋଭାବ ଯୋଗୁଁ ଏଭଳି ଅବ୍ୟବସ୍ଥା ହେଉଥିବା ସ୍ଥାନୀୟ ପଡା ର ଲୋକେ ଅଭିଯୋଗ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ସିନାପାଲି ସହର କୁ ଯେଉଁ ପ୍ରକଳ୍ପ ରୁ ପାଣି ଯୋଗାଣ ହେଉଛି ସେଠାରେ ବସା ଯାଇଥିବା ମୋଟର ଉଚ୍ଚ କ୍ଷମତା ସମ୍ପନ୍ନ ହୋଇ ନ ଥିବା ବେଳେ ଏଭଳି ଅବ୍ୟବସ୍ଥା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ସେହିପରି ଯୁଗେନପଦର ସ୍ଥିତ ଉଦନ୍ତୀ ନଦୀରୁ ହେଉଥିବା ଜଳ ଯୋଗାଣ ପ୍ରକଳ୍ପ ରୁ ମଧ୍ୟ ଅବ୍ୟବସ୍ଥା ଦେଖାଦେଇଥିବା ସ୍ଥାନୀୟ ପଡାବାସୀ ପ୍ରକାଶ କରିଛନ୍ତି। ଏଠାରୁ ସିନାପାଲି ହାଇ ସ୍କୁଲ ପଡା ଓ ବ୍ଲକ କଲୋନୀ ପଡା କୁ ଜଳ ଯୋଗାଣ ହେଉଥିବା ବେଳେ ୨/୩ ଦିନରେ ଥରେ ଜଳ ଯୋଗାଣ ପ୍ରକଳ୍ପ ରୁ ପାଣି ଛଡ଼ା ଯାଉଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ଗୁଡ଼ିକର ସମାଧାନ ଦାବିରେ ସିନାପାଲି ବିଡ଼ିଓ ଅବିନାଶ ଲାକ୍ରା ଙ୍କୁ ଦାବୀ ପତ୍ର ପ୍ରଦାନ କରିବା ସହ ବିହିତ ପଦକ୍ଷେପ ନେବା ପାଇଁ ନୂଆପଡା ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ସଦର ସରପଞ୍ଚ ଙ୍କୁ ମଧ୍ୟ ଜଣାଇଛନ୍ତି। ଅଭିଯୋଗ ପାଇବା ପରେ ସିନାପାଲି ବିଡ଼ିଓ ଅବିନାଶ ଲାକ୍ରା ତୁରନ୍ତ ଜଳ ଯୋଗାଣ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କ ସହିତ ଆଲୋଚନା କରି ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅଭିଯୋଗ ପ୍ରଦାନ ସମୟରେ ସିନାପାଲି ସହର ର ବସ ଷ୍ଟାଣ୍ଡ ଓ ସା ପଡା (ଗୁଡ଼ି ପଡା) ର ଅନେକ ମହିଳା ସାମିଲ ରହିଥିଲେ।
Govt
Leave A Reply