ବାରିପଦା : ସ୍ଥାନୀୟ ଛଉପଡିଆ ଠାରେ ପଞ୍ଚମ ବାର୍ଷିକ ବାରିପଦା ସପିଙ୍ଗ ଫେଷ୍ଟିଭାଲ ଉଦ୍୍ଘାଟିତ ହୋଇଯାଇଛି । ଏହି ମେଳା ଚଳିତ ମାସ ୧୮ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମୁଖ୍ୟ ଆୟୋଜକ ସଞ୍ଜୟ ସାହୁ ଜଣାଇଛନ୍ତି । ୧୯୮୫ ମ୍ୟାଟ୍ରିକ ବ୍ୟାଚର ବନ୍ଧୁଙ୍କ ସହଯୋଗରେ ଏହି ମେଳା ୫ମ ବର୍ଷରେ ପଦାର୍ପଣ କରିଛି ବୋଲି ଅନ୍ୟତମ ଆୟୋଜକ ଗୌତମ ରାୟ ପ୍ରକାଶ କରିଛନ୍ତି । ଏହି ମେଳାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ପ୍ରକାରର ହସ୍ତତନ୍ତ, କୁଟୀର ଶିଳ୍ପ ଓ ଫାଷ୍ଟଫୁଡର ଷ୍ଟୋଲ ଲାଗିଛି । ତତ୍ସହିତ କୁନିକୁନି ପିଲାଙ୍କ ପାଇଁ ଦୋଳି ଝୁଲା ମଧ୍ୟ ବେଶ ଆକର୍ଷଣୀୟ ହୋଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଓକିଲ ସଂଘର ସଭାପତି ବିଭୁଦତ୍ତ ଦାସ, ସମ୍ମାନିତ ଅତିଥି ଭାବେ ଉପନଗରପାଳ ସୀମା ଦାସ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାମ୍ବାଦିକ ବିଜେପି ରାଜ୍ୟପ୍ରବକ୍ତା କବିବିଷ୍ଣୁ ଶତପଥୀଙ୍କ ସମେତ ୱାର୍ଡ କାଉନସିଲର ସୁକେଶିନୀ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ୧୯୮୫ ବ୍ୟାଚ ତରଫରୁ ସାମ୍ବାଦିକ ଅକ୍ଷୟ କୁମାର ଅଗ୍ରୱାଲ ଯୋଗଦେଇ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ସଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସୋମନାଥ ସିଂହ ଓ ଗୌତମ ଦାସ ମଞ୍ଚ ପରିଚାଳନା ପରିଚାଳନା କରିଥିଲେ । ଏହି ଅବସରରେ ସେହି ବ୍ୟାଚର ନିକଟରେ ଇହଧାମ ତ୍ୟାଗ କରିଥିବା ହେମନ୍ତ ଦାଶଙ୍କ ସ୍ମୃତିରେ ୧ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
