Odisha news

ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସ ଓ କୋରେଇରେ ମା’ ସନ୍ଧ୍ୟାରାଣୀ ଦାସ ପଛରେ

0

ଯାଜପୁର: ଯାଜପୁର ଜିଲ୍ଲା କୋରେଇରେ ବି ଭୋଟ ଗଣତିର ଗଣିତ ଭାରି ରୋଚକ ହୋଇପଡ଼ିଛି। ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକଙ୍କ ଠାରୁ ପଛରେ ପଡ଼ିଛନ୍ତି। ଆକାଶଙ୍କଠାରୁ ସନ୍ଧ୍ୟାରାଣୀ ୧୪୩୭ ଭୋଟ ପଛରେ ଥିବା ଜଣାଯାଇଛି।

ସେହିପରି ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପୁଅ ପ୍ରଣବ ପ୍ରକାଶ ଦାସ ପଛରେ ପଡ଼ିଯାଇଛନ୍ତି। ବିଜେପି ସାଂସଦ ପ୍ରାର୍ଥୀ ଧ‌ର୍ମେନ୍ଦ୍ର ପ୍ରଧାନ ୨,୬୮୦୪୦ ଖଣ୍ଡ ଭୋଟ ପାଇଥିବାବେଳେ ପ୍ରଣବ ପ୍ରକାଶ ଦାସ ତାଙ୍କଠାରୁ ୫୬ ହଜାର ୩୬୩ ଭୋଟରେ ପଛୁଆ ରହିଛନ୍ତି। ଏହାପରେ ପ୍ରଣବଙ୍କ ରାଜନୈତିକ କ୍ୟାରିଅରରେ କ’ଣ ହେବ ତାକୁ ନେଇ ଚର୍ଚ୍ଚା ।
Leave A Reply