ନୂଆଦିଲ୍ଲୀ : ଯଦି ସାଧାରଣ ଭାବରେ କୌଣସି ବ୍ୟକ୍ତି ନିଜ ବୈବାହିକ ଜୀବନ କୁ ନେଇ ଚିନ୍ତିତ ରହିଥାଏ ତେବେ ନିଜ ବିବାହ କୁ ନେଇ ଆଡ଼ଜଷ୍ଟ କରିବାକୁ ଚାହିଁଥାଏ କିନ୍ତୁ ଯେତେବେଳେ ପରିସ୍ଥିତି ଅସମ୍ଭାଳ ହୋଇଯାଏ ସେତେବେଳେ ସେ ବିବାହ ବିଚ୍ଛେଦ ନେବାକୁ ଚାହିଁଥାଏ l କିନ୍ତୁ ଦୁନିଆରେ ୨ଟି ଦେଶ ଅଛନ୍ତି, ଯେଉଁଠି ଆପଣ ଚାହିଁଲେ ବି ଡିଭୋର୍ସ ନେଇ ପାରିବେ ନାହିଁ l ଆପଣଙ୍କ ବୈବାହିକ ଜୀବନ ଯେତେବି ଖରାପ ରେ ଚାଲି ଥାଉ ନା କାହିଁକି, ଏହି ସମସ୍ୟାକୁ ନେଇ ଫିଲିପାଇନସ ରେ ଚାଲିଛି ଭୟଙ୍କର ସ୍ଥିତି l କିନ୍ତୁ ଲୋକେ ଏହାକୁ ନେଇ ଏତେ ଅସୁବିଧାରେ ସମୁଖୀନ ହେଉଛନ୍ତି ଯେ ଇସ୍ଲାମ ହେବାରେ ଲାଗିଛନ୍ତି l ଯେବେକି ଇସ୍ଲାମ ରେ ତଲାକ ବୈଧ ଅଟେ l
ଫିଲିପାଇନ୍ସ ଓ ଭାଟିକାନ ସିଟି ଭଳି ୨ଟି ଦେଶ ଯେଉଁଠି ଡିଭୋର୍ସ ବୈଧ ନୁହେଁ l କିନ୍ତୁ ସେପାରେସନ ର ବ୍ୟବସ୍ଥା ରହିଛି l କିନ୍ତୁ ବିବାହକୁ ନେଇ ସମ୍ପର୍କ ଯେତେ ଖରାପ ହୋଇଗଲେ ମଧ୍ୟ ଡିଭୋର୍ସ ନେଇପାରିବେ ନାହିଁ l ଯାହାକୁ ନେଇ ସାରା ଦେଶରେ ମହିଳା ମାନେ ମୋର୍ଚା ଖୋଲିଛନ୍ତି l ବର୍ତମାନ ସରକାର ଏହାକୁ ଦେଖି ନିୟମ କାନୁନ ରେ ପରିବର୍ତନ ଆଣିବାକୁ ଯାଉଛନ୍ତି l ଏହାକୁ ନେଇ ଅଗଷ୍ଟ ମାସରେ ସିନେଟ ରେ ଗୋଟିଏ ବିଲ୍ ପାରିତ ହେବାକୁ ଯାଉଛି l ଏହି ବିଧେୟକ ରେ ପୂର୍ଣ୍ଣ ତଲାକ ଆଧାରରେ ନିର୍ଧାରିତ କରା ଯାଇଛି, ଯେଉଁଥିରେ ମନୋବିଜ୍ଞାନୀଙ୍କ ଅକ୍ଷମତା, ନିଜ ମଧ୍ୟରେ ମତଭେଦ, ଦୁର୍ବ୍ୟବହାର ଆଦି ସାମିଲ ରହିଛି l