ବାରିପଦା, (ମୟୂରଭଞ୍ଜରୁ ଭକ୍ତିରଞ୍ଜନ ପଣ୍ଡାଙ୍କ ରିପୋର୍ଟ) : ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ଅନୁଷ୍ଠିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ମୟୂରଭଞ୍ଜର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ସାଇ ବିଦ୍ୟା ମନ୍ଦିର ତାର ବିଜୟ ଧାରାକୁ ଆବ୍ୟାହତ ରଖୁଛି । ମୋଟ୍ ୧୦୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଥିବାବେଳେ ଅବିନାଶ ବେହେରା ସର୍ବାଧିକ ୫୫୪ ନମ୍ବର ରଖି ଅନୁଷ୍ଠାନର ଗର୍ବ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିଛନ୍ତି । ନରୋତ୍ତମ ମହାନ୍ତ – ୫୫୨, ନେଲସନ୍ ଭୀମକୁମାର ହାଁସଦା – ୫୫୨, ଚିତ୍ତରଞ୍ଜନ ମହାନ୍ତ – ୫୪୬, ପଦ୍ମିନୀ ମହାନ୍ତ – ୫୪୪, ଆଦିତ୍ୟ ଓମ୍ ପ୍ରକାଶ ଧଳ – ୫୪୦, ସତ୍ୟମ୍ ମିଶ୍ର – ୫୨୭, ଦିବ୍ୟ ଶଙ୍କର ଗିରି – ୫୨୪, ପ୍ରଜ୍ଞା ଦତ୍ତ – ୫୨୨, କଲ୍ୟାଣ ବୀର ମୁଣ୍ଡାଲୁହାରୀ – ୫୧୭, ସନ୍ଦୀପ ମଣ୍ଡଳ – ୫୦୯, ସୁଜଲ ପୁଟି – ୫୦୯, ଧନଞ୍ଜୟ ମହାନ୍ତ – ୫୦୮ ନମ୍ବର ରଖି ଅନୁଷ୍ଠାନ ପାଇଁ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଶତ ପ୍ରତିଶତ ସଫଳତା ପ୍ରଦାନ କରିଥିବା ସାଇ ବିଦ୍ୟା ମନ୍ଦିରରେ ୬୦ପ୍ରତିଶତରୁ ଅଧିକ ୮୫ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । କୈଳାସ ଚନ୍ଦ୍ରପୁର କାଠପାଳ ଠାରେ ନବେକଳେବର ରୂପେ ପ୍ରତୀୟମାନ ସାଇ ବିଦ୍ୟା ମନ୍ଦିର ନୀତି ନିଷ୍ଠ ତଥା ଆଦର୍ଶ ଛାତ୍ରଛାତ୍ରୀ ନିର୍ମାଣର ଏକ ପ୍ରମୁଖ ପ୍ରତିଷ୍ଠାନ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶରେ ପ୍ରତିଶୃତି ବଦ୍ଧ ଏହି ଶିକ୍ଷାନୁଷ୍ଠାନର ମୁଖ୍ୟ ପରିଚାଳକ ଦେବାଶିଷ ମୁଦୁଲି, ପ୍ରଧାନ ଶିକ୍ଷକ ଆଶିଷ କୁମାର ହୋତା, ସିଇଓ ଚିତ୍ତ ରଞ୍ଜନ ରାଉତ ଏବଂ ଶିକ୍ଷକ, ଶିକ୍ଷିକା ମାନେ ସଫଳ ଛାତ୍ରଛାତ୍ରୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଅନୁଷ୍ଠାନର ନିର୍ମାତା, ନିଦେ୍ର୍ଦଶକ ଡଃ ପ୍ରଭଞ୍ଜନ ରାଉତ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ହୃଦପୂତ ସାଧୁବାଦ ଦେବା ସହିତ ସେମାନଙ୍କ ସୁଦୀର୍ଘ ତଥା ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ଏହି ସଫଳତାର ଶ୍ରେୟ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷିକା ଏବଂ କର୍ମକର୍ତ୍ତାଙ୍କୁ ପ୍ରଦାନ କରିଛନ୍ତି ।