Odisha news

୬ଟି ଆସନରେ ପ୍ରାର୍ଥୀ ଦେଲା ବିଜେପି

0

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ସାଧାରଣ ସଂପାଦକ ଅରୁଣ ସିଂହ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କହିଛନ୍ତି, କେନ୍ଦୁଝର ଜିଲ୍ଲା ଘସିପୁରାରେ ବ‌ିଜେପି ଶମ୍ଭୁନାଥ ରାଉତଙ୍କୁ ପ୍ରାର୍ଥୀ କରିଛି। ସେହିପରି ବାଲେଶ୍ବର ଜିଲ୍ଲା ଭୋଗରାଇରେ ଆଶିଷ ପାତ୍ର, ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀରେ ସୁଧାଂଶୁ ନାୟକ, ଯାଜପୁର ଜିଲ୍ଲା ବରୀରେ ଉମେଶ‌ ଜେନା, ବାରବାଟୀ କଟକରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ପ୍ରକାଶ ରଣ ବିଜୁଲିଙ୍କୁ ବିଜେପି ଟିକେଟ୍‌ ମିଳିଛି। ତେବେ ବିଜେପି ଏପର୍ଯ୍ୟନ୍ତ ୧୪୬ଟି ଆସନରେ ପ୍ରାର୍ଥୀ ଘୋଷଣା ସରିଛି। ‌ତେବେ ବିଜେପିର ନୀଳଗିରି ଆସନରେ କିଏ ପ୍ରାର୍ଥୀ ହେବେ, ତାହା ଜଣାପଡ଼ି ନାହିଁ।

ବିଜେଡିର ୬ଟି ଆସନରେ ପ୍ରାର୍ଥୀ ଘୋଷଣା ପୂର୍ବରୁ ଆଜି ବିଜେଡି ୩ ଆସନରେ ଟିକେଟ୍‌ ଘୋଷଣା କରିଥିଲା। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ଆସନରୁ ବିଧାନସଭା ପ୍ରାର୍ଥୀ ଘୋଷଣା କରିଥିଲେ। କୋରେଇରୁ ସନ୍ଧ୍ୟାରାଣୀ ଦାସ ପ୍ରାର୍ଥୀ ହୋଇଥିବାବେଳେ ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ ଏବଂ ନୀଳଗିରି ଆସନରୁ ସୁକାନ୍ତ କୁମାର ନାୟକଙ୍କୁ ପ୍ରାର୍ଥୀ କରାଯାଇଛି

Leave A Reply