Odisha news

ଧରାକୋଟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି,ଅସହ୍ୟ ଗୁଳୁଗୁଳି ଅନୁଭୁତ

0
ଧରାକୋଟ,30/4/24 : ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ମାତ୍ରାଧିକ ବୃଦ୍ଧି ପାଉଥିବା ବେଳେ ଧରାକୋଟ ଅଞ୍ଚଳ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଆଜି ଧରାକୋଟ ରେ ତାପମାତ୍ରା 42 ଡିଗ୍ରୀ ଛୁଇଁବା ଯୋଗୁଁ ଜନ ଜୀବନ ଏକ ରକମ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ସକାଳ ନଅ ଘଣ୍ଟା ସମୟରୁ ଖରାର ପ୍ରକୋପ ବୃଦ୍ଧି ପାଇ ବାର ଘଣ୍ଟା ସମୟ ବେଳକୁ 42 ଡିଗ୍ରୀ ଛୁଇଁବା ଯୋଗୁଁ ବଜାର ରାସ୍ତା ଘାଟ ସବୁ ସୁନ ସାନ ହୋଇଯାଇଥିଲା । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସବୁ ଜନଶୂନ୍ୟ ହୋଇଯାଇଥିଲା  ପରିସ୍ଥିତି ଏପରି ହୋଇଥିଲା ଜେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଲାଗିଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ସଠିକ ଭାବରେ କାମ କରୁନଥିବା ଦେଖିବାକୁ ମିଳିଥିଲା। ସଂପ୍ରତି ଖରାର ପ୍ରକୋପ ଦିନକୁ ଦିନ ଅହେତୁକ ଭାବରେ  ବଢୁଥିବା ବେଳେ ଧରାକୋଟ ଅଞ୍ଚଳ ରେ ପିଇବା ପାଣି ସମସ୍ୟା ଉତ୍କଟ ହେଲାଣି।  ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ କୂଅ, ପୋଖରୀ,ବନ୍ଧ,ଗାଡିଆ ସମେତ ବିଭିନ୍ନ ଜଳ ଉତ୍ସ ଗୁଡ଼ିକ ଶୁଖିଲା ପଡିଛି। ମଣିଷ ଠାରୁ ଜୀବ ଜନ୍ତୁ ମାନେ ପିଇବା ପାଣି ପାଇଁ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଣୁ ପଞ୍ଚାୟତ ଓ ପଞ୍ଚାୟତ ସମିତି ତରଫରୁ ଗାଁ ଗଣ୍ଡା ଛକ ବଜାର ରାସ୍ତା ଘାଟ ରେ ପର୍ଯ୍ୟାପ୍ତ ପରିମାଣ ରେ ଜଳଛତ୍ର ଖୋଲିବା ପାଇଁ ଦାବୀ ହେଉଛି।
Leave A Reply