ଗ୍ରହ-ନକ୍ଷତ୍ର ଙ୍କ ଚଳନ ବିଶେଷ ଭାବରେ ଜାତକ ଉପରେ ପଡିଥାଏ l ଜାତକ ରେ ଗ୍ରହ ମାନଙ୍କର ଅଶୁଭ ସ୍ଥିତି ର ଖରାପ ପ୍ରଭାବ ଜାତକ କୁ ଭୋଗିବାକୁ ପଡିଥାଏ l କୁଣ୍ଡଳୀରେ ଯଦି ବୃହସ୍ପତି ଙ୍କ ସ୍ଥିତି ଦୁର୍ବଳ ହୋଇଥାଏ ତେବେ ସମସ୍ତ କାର୍ଯ୍ୟ ରେ ବାଧା ଆସିଥାଏ l
ଜାତକ ରେ ଗୁରୁ ଙ୍କର ଅଶୁଭ ସ୍ଥିତି ରୁ ବ୍ୟକ୍ତି ଙ୍କୁ ଶାରୀରିକ ଓ ମାନସିକ ଭାବରେ ବହୁତ କଷ୍ଟ ଭୋଗ କରିବାକୁ ପଡିଥାଏ l ଯେଉଁମାନଙ୍କ ଜାତକ ରେ ବୃହସ୍ପତି ଦୁର୍ବଳ ରହିଥାଏ ସେମାନେ ଗୁରୁବାର ଦିନ ବ୍ରତ ରଖିବାକୁ ପଡିଥାଏ l ଏବଂ କିଛିଟା ମନ୍ତ୍ର ମଧ୍ୟ ପାଠ କରିବାକୁ ପଡିଥାଏ l
ବୃହସ୍ପତି ଙ୍କୁ ଶାନ୍ତ କରିବା ମନ୍ତ୍ର –
– ପ୍ରତି ଗୁରୁବାର ଦିନ ସ୍ନାନ ପରେ ହଳଦିଆ ବସ୍ତ୍ର ଧାରଣ କରି ‘ଓଂ ବୃଙ୍ଗ ବୃହସ୍ପତୟେ ନମଃ , ଓଂ ଗ୍ରାଙ୍ଗ ଗ୍ରୀଙ୍ଗ ଗୌଙ୍ଗ ଶଃ ଗୁରବେ ନମଃ, ଓଂ ହୃଙ୍ଗ ନମଃ ଓଂ ହ୍ବାଙ୍ଗ ଆଙ୍ଗ କ୍ଷୟୋଙ୍ଗ ଶଃ l
କେତେବେଳେ ପାଠ କରିବେ ଏହି ମନ୍ତ୍ର –
– ଯେତେବେଳେ ଜାତକ ରେ ଗୁରୁ ଦୋଷ ଦେଖା ଯାଉଛି ସେତେବେଳେ ଏହି ଦିବ୍ୟ ମନ୍ତ୍ରକୁ ପ୍ରତି ଗୁରୁବାର ଦିନ ପାଠ କରନ୍ତୁ l ଗୁରୁବାର ଦିନ ଏହି ମନ୍ତ୍ରକୁ ଜପ କରିବା ଖୁବ ଫଳଦାୟୀ ଅଟେ, ଯାହାଦ୍ୱାରା ଜୀବନ ରେ ବିଘ୍ନ ଦୂର ହୋଇଥାଏ l
– ଯେଉଁ ବ୍ୟକ୍ତି ମାନଙ୍କ ଜାତକ ରେ ଗୁରୁ ପ୍ରଭାବ କାରଣରୁ ହେଉଥିବା କାର୍ଯ୍ୟ ବିଗିଡି ଯାଇଥାଏ ସେମାନେ ପ୍ରତି ଗୁରୁବାର ଦିନ ଏହି ମନ୍ତ୍ରକୁ ପାଠ କରି ବିଷ୍ଣୁ ଙ୍କ ନିକଟରେ ଗୁଡ଼ ଓ ଚଣା ପ୍ରସାଦ ଭାବରେ ଅର୍ପଣ କରନ୍ତୁ, ଏହାଦ୍ୱାରା ଜୀବନ ସୁଖମୟ ହୋଇଥାଏ l
– ଗୁରୁ ଙ୍କ ପ୍ରଭାବ କାରଣରୁ ବୈବାହିକ ଜୀବନ ରେ ବିଭିନ୍ନ ଦୁଃଖକଷ୍ଟ ଦେଖା ଦେଇଥାଏ, ସେହି ବ୍ୟକ୍ତିମାନେ ପ୍ରତି ଗୁରୁବାର ଦିନ ଏହି ମନ୍ତ୍ରକୁ ପାଠ କରନ୍ତୁ l ଏବଂ ଗାଈଙ୍କୁ ଦୁବ ଓ ଅରୁଆ ଚାଉଳ ଖାଇବାକୁ ଦିଅନ୍ତୁ l