ବ୍ରହ୍ମପୁର ୨୪/୪: ବିଜେଡି ବିଧାୟକ ପ୍ରାର୍ଥୀ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଆଜି ବ୍ରହ୍ମପୁର ଗୋସାଇଁ ନୂଆଗାଁ ଉତ୍ତରେଶ୍ବର ମନ୍ଦିର ଠାରୁ ବିରାଟ ଜନ ସମର୍ଥନ ସହ ବାଇକ୍ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ଛତ୍ରପୁର ରେ ପହଞ୍ଚି ସମର୍ଥକଙ୍କ ସହ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।ବିଜେଡି ବିଧାୟକ ପ୍ରାର୍ଥୀ ଡକ୍ଟର ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ପିଡି ଡିଆରଡିଏ କାର୍ଯ୍ୟଳୟ ଠାରେ ସେ ନାମାଙ୍କନ ଦାଖଲ କରିଥିଲେ ।
ବ୍ରହ୍ମପୁର ବିଧାନସଭା ଆସନ ନିମନ୍ତେ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେଇ ଥିଲା। ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ ଶୋଭାଯାତ୍ରା ପ୍ରବଳ ଗହଳି ସହିତ ଦାଖଲ ଶୋଭାଯାତ୍ରା ରେ ବେଶ ଲୋକଙ୍କ ସମର୍ଥନ ମିଳୁଥିବା ବେଳେ ବିରୋଧୀ ଦଳ କେବଳ ବୟସ ଓ ବାର୍ଦ୍ଧକ୍ୟ କୁ ନେଇ ଯେଉଁ ଷଡଯନ୍ତ୍ର ରଚୁଛି ତାହା କାମ କରିବନି ବୋଲି ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ଏହି ନାମାଙ୍କନ ଦାଖଲ ସମୟରେ ଏକ ଶୋଭାଯାତ୍ରା ରେ ସମସ୍ତ ସମର୍ଥକ ଶୋଭାଯାତ୍ରାରେ ଶାନ୍ତିଶୃଙ୍ଖଳା ର ସହ ସୁରକ୍ଷିତ ଭାବେ ଫେରିଛନ୍ତି ।ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ବିଧାୟକ ପ୍ରାର୍ଥୀ ଡ଼ା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମେୟର ସଂଘମିତ୍ରା ଦଳେଇ, ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ନଗର ଯୁବ ସଭାପତି ଅଜିତ୍ ପଣ୍ଡା, ନଗର ଛାତ୍ର ସଭାପତି ଶୋଭନ ନାୟକ, ପୂର୍ବତନ ଉପ ନଗରପାଳ ଭଗବାନ ଗନ୍ତାୟତ, ନିରଞ୍ଜନ ଜେନା, ବିସିସି ବ୍ୟାଙ୍କ୍ ସଭାପତି ଶିବ ପାତ୍ର, ବରିଷ୍ଟ ନେତା ସଂଜିତ ପାଣିଗ୍ରାହୀ, ଅନିଲ ସାହୁ, ମମତା ବିଷୋୟୀ, ସୋନାଲି ଗନ୍ତାୟତ, ତିରୁପତି ପାତ୍ର, ଦଣ୍ଡପାଣି ନାୟକ, ସଂଯୁକ୍ତା ସାମଲ, ପାର୍ବତୀ ପ୍ରଧାନ, ନଳିନୀକାନ୍ତ ଦେବଦର୍ଶି, ଅଜୟ ମହାରଣା, କୈଳାଶ ମହାରଣା, ଫାଇଜ୍ ଖାନ, ଜଗନ୍ନାଥ ସାବତ, ଧିରେନ୍ ମହାରଣା , ନିଳକଣ୍ଠ ସାହୁ, ବରିଷ୍ଠ ନେତା ଭିମସେନ ଦଳେଇ, ମୁନା ପାଢ଼ୀ, ବରିଷ୍ଠ ନେତା ମୁନା ଖାଁଙ୍କ ସମେତ ବହୁ କର୍ପୋରେଟର, ଯୁବ,ଛାତ୍ର, ମହିଳାଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।