ଶରୀରରେ ଖରାପ ବ୍ୟାକ୍ଟେରିଆ ଯାହାକି ବ୍ୟାଡ଼ ବ୍ୟାକ୍ଟେରିଆ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ l ବୈଜ୍ଞାନିକ ଙ୍କ ମତରେ ଶରୀରରେ ଥିବା ବ୍ୟାକ୍ଟେରିଆ ଭୟଙ୍କର ବ୍ଲଡ଼ ପଏଜନିଙ୍ଗ ର କାରଣ ଅଟେ l ୱାସିଂଗଟନ ଷ୍ଟେଟ ୟୁନିଭର୍ସିଟି ର ବୈଜ୍ଞାନିକ ମାନେ ରକ୍ତ ପିଉଥିବା ବ୍ୟାକ୍ଟେରିଆ କୁ ନେଇ ଗୋଟିଏ ଅଧ୍ୟୟନ କରିଥିଲେ l ଯାହାକି ବ୍ଲଡ଼ ପଏଜନିଙ୍ଗ ର କାରଣ ହୋଇଥାଏ l ଏହି ବ୍ୟାକ୍ଟେରିଆ ମାନେ ରକ୍ତ ମଧ୍ୟରେ ଥିବା ଫ୍ଲୁଇଡ କିମ୍ବା ସିରମ ଆଡକୁ ଆକର୍ଷିତ ହୋଇ ଥାଆନ୍ତି l
* ଗବେଷକ ମାନେ ଏହି ବ୍ୟାକ୍ଟେରିଆ କୁ ଭାମ୍ପାୟାର ବ୍ୟାକ୍ଟେରିଆ ବୋଲି କହି ଥାଆନ୍ତି l ଗବେଷକ ମାନେ ଅନ୍ତ ରେ ମିଳିଥିବା ଏହି ବ୍ୟାକ୍ଟେରିଆ ର ୩ଟି ପ୍ରଜାତିକୁ ଫୋକସ କରିଛନ୍ତି l ଯାହାକି ଅଣ୍ଟିବ୍ୟାକେରିଆ ପରିବାର ରୁ ଆସିଥାଏ l ଏମାନଙ୍କୁ ସାଲମୋନେଲ ଏଣ୍ଟରିକା, ଏଶ୍ଚରିଚିୟା କୋଲି ଓ ସିଟ୍ରଵ୍ୟାକଟର କୋଶେରି କୁହାଯାଇ ଥାଏ l ଗବେଷକ ଙ୍କ ମତରେ ମଣିଷ ଙ୍କ ଶରୀରରେ ମିଳିଥିବା ଏହିସବୁ ବ୍ୟାକ୍ଟେରିଆ ଭାମ୍ପାୟାର ଠାରୁ ମଧ୍ୟ କମ ନୁହେଁ l
* ଗବେଷକ ମାନେ ଏହି ବ୍ୟାକ୍ଟେରିଆ ପାଇଁ ବିଶେଷ ଭାବରେ ବାସୀ ଖାଦ୍ୟ କୁ ଦାୟୀ କରିଛନ୍ତି l କାହିଁକି ନା ବାସୀ ଖାଦ୍ୟ ନିୟମିତ ଯେଉଁ ବ୍ୟକ୍ତିମାନେ ଖାଇ ଥାଆନ୍ତି ସେମାନଙ୍କ ଅନ୍ତ କୋଷ ରେ ଏହିସବୁ ବିଷାକ୍ତ ବ୍ୟାକ୍ଟେରିଆ ମାନଙ୍କର ବୃଦ୍ଧି ହୋଇଥାଏ l
* ଗରମ ଦିନରେ ବାସୀ ଖାଦ୍ୟ ସେବନ ଶରୀରକୁ କ୍ଷତି ଘଟାଇବା ସହିତ ଅନ୍ତ କୋଷ କୁ ମଧ୍ୟ ଦୁର୍ବଳ କରିବା ସହିତ ଶରୀରରେ ବିଷାକ୍ତ ବ୍ୟାକ୍ଟେରିଆ ବୃଦ୍ଧି କରି ରକ୍ତ କୁ ମଧ୍ୟ ବିଷାକ୍ତ କରିଦେଇଥାଏ l
* ଗବେଷକ ଙ୍କ ମତରେ ଗ୍ରୀଷ୍ମ ଋତୁରେ ବାସି ଖାଦ୍ୟ ସେବନ ଲିଭର କୁ ମଧ୍ୟ ପ୍ରଭାବିତ କରିଥାଏ , ଏହି କାରଣରୁ ପେଟରେ ଯନ୍ତ୍ରଣା ଓ ଜ୍ୱର ବାନ୍ତି ଝାଡା ସମସ୍ୟା ଦେଖିବାକୁ ମିଳିଥାଏ l ଯାହାକି ଶରୀର ପାଇଁ କ୍ଷତିକାରକ ଅଟେ l