Odisha news

କଣାସରେ ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ ମନୋଜ

0

ପୁରୀ : ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ କଣାସ ବ୍ଲକରେ ପ୍ରଚାର ଆରମ୍ଭ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ରଥ ।ପ୍ରଥମେ କଣାସର ଅଧିଷ୍ଠାତ୍ରୀ ଦେବୀ ମା କୁଞ୍ଜେଶ୍ଵରୀଙ୍କ ନିକଟରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରିବା ସହ ଛାମୁଆ କଂଗ୍ରେସ କର୍ମୀମାନଙ୍କ ସହ ମିଶି ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ ମନୋଜ ରଥ ।ପରେ କଣାସ ମେଡିକାଲ ପରିଦର୍ଶନ କରି ବିଭିନ୍ନ ଲୋକଙ୍କ ସମସ୍ୟା କଥା ପଚାରି ବୁଝିଥିଲେ ।ଏକଦା ସତ୍ୟବାଦୀ କଂଗ୍ରେସର ଗଡ ଥିବା ବେଳେ ଆଗାମୀ ଦିନରେ ସାଧାରଣ ଭୋଟରଙ୍କ ସମସ୍ୟା ଓ ସତ୍ୟବାଦୀର ବିକାଶକୁ ପାଥେୟ କରି ନିର୍ବାଚନ ଲଢ଼ୁଥିବା କଂଗେସ ପ୍ରାର୍ଥୀ ମନୋଜ ରଥ ପ୍ରକାଶ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କଂଗ୍ରେସ ଉପସଭାପତି ସଂଗ୍ରାମ କେଶରୀ ବଳିଆରସିଂହ,ପ୍ରହଲ୍ଲାଦ ପରିଡ଼ା,ବ୍ଳକ୍ ସଭାପତି ଆଇନଜିବୀ ସଦାନନ୍ଦ ପ୍ରଧାନ,ରୁପେଈ ରାଉତରାୟ,ସୁକାନ୍ତ ଛୁଆଳସିଂହ,ନିରଞ୍ଜନ ଜେନା,ବସନ୍ତ ମହାପାତ୍ର ସହ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Leave A Reply