Odisha news

ଅତର୍କିତ ଚଢାଉ କରି ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ତିନି ଗିରଫ କଲା ଅବକାରୀ ବିଭାଗ

0
ବେତନଟୀ : ବେତନଟୀ ଅବକାରୀ ଥାନା ପକ୍ଷରୁ ବେତନଟୀ ଏବଂ ବୈଶିଙ୍ଗା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରି ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି | ଆଜି ବେତନଟୀ ଅବକାରୀ ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ସଦଳ ବଳ ବେତନଟୀ ଥାନା ଅଧୀନ ସାରିଆ ଗ୍ରାମର ରବିନ୍ଦ୍ର ପାତ୍ର , ପଡପୋଦା ଗ୍ରାମର ସାମିଆ ସରେନ ଏବଂ ବୈଶିଙ୍ଗା ଥାନା ଅଧୀନ କୁସୁମପୁରା ଗ୍ରାମର ବିଜୟା ମୁର୍ମୁଙ୍କ ଘରୁ ଚଢଉ କରି ୮୩ ଲି ଦେଶୀ ମଦ , ପାଖାପାଖି ୬ ଲିଟର ବିଦେଶୀ ମଦ ଏବଂ ପାଖାପାଖି ୮ ଲିଟର ବିୟର ଜବତ କରିଥିଲେ। ଥାନାରେ ମାମଲା ରୁଜ୍ଜୁ କରି  ଉକ୍ତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେଥି ମଧ୍ୟରୁ ଦୁଇ ଜଣ ବିଚାର ବିଭାଗୀୟ ହାଜତ ପଠାଯାଇଥିବା ଜଣାଯାଇଛି।
Leave A Reply