Odisha news

ଗହୀରମଥାରୁ ୧ ଟ୍ରଲର ଜବତ, ୧୪ଜଣ ମତ୍ସ୍ୟଜିବୀ ଗିରଫ

0
ରାଜନଗର ୧୨/୪ :  ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଂଚଳରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନବିଭାଗ ପାଟ୍ରୋଲିଂ ଟିମ ଗୋଟିଏ ଟ୍ରଲର ଜବତ କରିବା ସହ ଏଥିରେ ଥିବା ୧୪ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରିଛି। ଗହୀରମଥା ରେଞ୍ଜ ଅଫିସର ପ୍ରଦୋଷକୁମାରମହାରଣାଙ୍କ ନିର୍ଦ୍ଦଶେକ୍ରମେ ଫରେଷ୍ଟଗାର୍ଡ ମଦନମୋହନ ହାଁସଦାଙ୍କ ନେତୃତ୍ୱରେ ବନବିଭାଗ ପାଟ୍ରୋଲିଂ ଟିମ୍‌ ଗହୀରମଥା ନିଷିଦ୍ଧାଂଚଳର ସାତଭାୟା ନିକଟରେ ମା’ଲକ୍ଷ୍ମୀ ନାରାୟଣ ନାମକ ଟ୍ରଲର ମାଛ ଧରୁଥିବା ସମୟରେ ବନବିଭାଗ ପାଟ୍ରୋଲିଂ ଟିମ୍‌ କାବୁ କରିଥିଲେ। ଟ୍ରଲରରେ ଥିବା ରବିନ୍ଦ୍ର ପ୍ରଧାନ, ଗୌରହରି ପାତ୍ର, ଖୋକନ ସାମନ୍ତ ,ଋତନ ମାଝି, ଲକ୍ଷ୍ମଣ ବାରିକ, ସୁଶାନ୍ତ ସର୍ଦ୍ଧ।ର, ବିବେକାନନ୍ଦ ଜେନା, ଅମୂଲ୍ୟ କୁମାର ବେହେରା, ଖଗେଶ୍ୱର ମାଝି, ଜୟଦେବ ମଣ୍ଡଳ, ଜିତୁ ସିଂ, ପଂଚାନନ ମାଝି, ବାଦଲ ମଳିକ, ରବିନ୍ଦ୍ର ସାହୁ ପ୍ରମୁଖ ୧୪ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା  ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଜବତ ଟ୍ରଲରରୁ ୬ଟି ଭିଏଚଏଫ, ୨ଟି ଜିପିଏସ, ଗୋଟିଏ ଫିସ୍‌ ଫାଇଣ୍ଡର, ୩ଟି ଟ୍ରଲିଂ ନେଟ, ୧୭ କୁଂଟାଲ ସାମୁଦ୍ରିକ ମାଛ ଜବତ କରାଯାଇଛି। ୧୯୭୨ବନ୍ୟପ୍ରାଣୀ ଆଇନ୍ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
Govt
Leave A Reply