Odisha news

ଜେଏମଏମରେ ମିଶିଲେ କୃଷ୍ଣଚନ୍ଦ୍ର ଦାସ

0

ବାରିପଦା  : ମୋରଡା ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା କୃଷ୍ଣଚନ୍ଦ୍ର ଦାସ ବୁଧୁବାର ବିଧିବଦ୍ଧ ଭାବେ ଜେଏମଏମରେ ଯୋଗଦେଇଛନ୍ତି । ଜେଏମଏମ ରାଜ୍ୟ ସଭାପତି ଅଞ୍ଚନୀ ସୋରେନ୍, ଝାଡଖଣ୍ଡ ସରକାରଙ୍କ ମନ୍ତ୍ରୀ ଦୀପକ ବରୁଆ, ବହଡାଗୋଡା ବିଧାୟକ ସମୀର ମହାନ୍ତି ଏବଂ ରାଜ୍ୟ ଜେଏମଏମ ନେତୃବୃନ୍ଦଙ୍କ ଉପସ୍ଥିତିରେ କୃଷ୍ଣଚନ୍ଦ୍ର ବହୁ ସମର୍ଥକଙ୍କ ସହ ଜେଏମଏମରେ ଯୋଗଦେବା ସହ ଶଙ୍ଖ ଛାଡି ଧନୁ ଧରିଛନ୍ତି । ଆଗାମୀ ନିର୍ବାଚନରେ ମୋରଡା ନିର୍ବାଚନ ମଣ୍ଡଳୀରେ ଜେଏମଏମ ପ୍ରାର୍ଥୀ ଭାବେ କୃଷ୍ଣଚନ୍ଦ୍ର ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଜଣାଯାଇଛି । ଏହି ଅବସରରେ ଜେଏମଏମ ନେତୃବୃନ୍ଦ ମାନେ ପୁଷ୍ପଗୁଚ୍ଛ ଦେଇ କୃଷ୍ଣଚନ୍ଦ୍ର ଓ ତାଙ୍କ ସମର୍ଥକ ମାନଙ୍କୁ ଜେଏମଏମରେ ମିଶ୍ରଣ କରାଇଛନ୍ତି । ଫଳରେ ଆଗାମୀ ସାଧାରଣ ନିର୍ବାଚନରେ ମୋରଡା ନିର୍ବାଚନ ମଣ୍ଡଳୀରେ ରଚକ ଲଢେଇ ଦେଖିବାକୁ ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତ କିଛିଦିନ ତଳେ କୃଷ୍ଣଚନ୍ଦ୍ର ଦାସ ରାଜ୍ୟ ବିଜେଡି ସମ୍ପାଦକ ତଥା ବିଜେଡି ପ୍ରାଥମିକ ସଦସ୍ୟରୁ ଇସ୍ତଫା ପ୍ରଦାନ କରିଥିଲେ ।

Nalco
Leave A Reply