Odisha news

ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର

0

ବାରିପଦା  : ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟିର ସଭାପତି ସହ ଅଲ୍ ଇଣ୍ଡିଆ ମାଝୀ-ପାର୍ଗାନା ମାଡୱା ଓଡିଶା ପ୍ରଦେଶ କମିଟିର ପାର୍ଗାନା (ବିଚାରକ) ନାରାନ ମୁର୍ମୁଙ୍କ ନେତୃତ୍ୱରେ ମୟୂରଭଞ୍ଜର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନେ୍ଦଙ୍କ ମାର୍ଫତରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ଏବଂ ପ୍ରକୃତି ପୂଜକ ଆଦିବାସୀମାନଙ୍କୁ ଧର୍ମାନ୍ତରଣରୁ ମୁକ୍ତି କରିବା ପାଇଁ ସାର୍ନା ଧର୍ମ କୋଡ ମାନ୍ୟତା ପ୍ରଦାନ କରାଯିବାକୁ ଦୃଢ଼ ଦାବି କରାଯାଇଛି ଏବଂ ଆଦିବାସୀ ଗ୍ରାମ ସମାଜର ସ୍ୱଶାସନ ବ୍ୟବସ୍ଥାରେ ସମ୍ବିଧାନ, କାନୁନ, ମାନବ ଅଧିକାର ଏବଂ ଜନତନ୍ତ୍ରକୁ ଲାଗୁ କରି ମାଝୀ-ପାର୍ଗାନା ଦ୍ୱାରା ଶୋଷଣରୁ ମୁକ୍ତି କରାଯିବାକୁ ଦାବି କରାଯାଇଛି । ଯେହେତୁ ମହାମହିମ ରାଷ୍ଟ୍ରପତି ମଧ୍ୟ ଆଦିବାସୀ ଅଟନ୍ତି ଏବଂ ଭାରତୀୟ ସମ୍ବିଧାନର ସଂରକ୍ଷକ ଅଟନ୍ତି । ଉଲ୍ଲେଖ କରାଯାଇଛି ଯେ, ୨୦୧୧ର ଜନଗଣନାକୁ ଦୃଷ୍ଟିରେ ରଖି (ସାର୍ନା ୫୦ ଲକ୍ଷ ବନାମ ଜୈନ ୪୪ ଲକ୍ଷ) ଆମକୁ ସମ୍ବିଧାନ ସମ୍ମତ ଧାର୍ମିକ ସ୍ୱାଧୀନତା ପ୍ରଦାନ କରାଯିବା ଉଚିତ ବୋଲି କୁହାଯାଇଛି । ଯେହେତୁ ଆଦିବାସୀମାନେ ହିନ୍ଦୁ, ଖ୍ରୀଷ୍ଟିଆନ, ମୁସଲମାନ ଇତ୍ୟାଦି ନୁହଁନ୍ତି । ଏମାନଙ୍କୁ ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନରୁ ସୁରକ୍ଷା ପ୍ରଦାନ କରାଯାଉ । ନଚେତ ଜୁନ୍ ୪ତାରିଖ ପରେ ପୂର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ନେତୃତ୍ୱରେ ଭାରତ ବନ୍ଦ ଆନେ୍ଦାଳନ କରିବାକୁ ବାଧ୍ୟ ହେବୁ । ତତ୍ସହିତ ଆଜି ପର୍ଯ୍ୟନ୍ତ ସମ୍ବିଧାନ, କାନୁନ, ମାନବ ଅଧିକାର ଏବଂ ଜନତନ୍ତ୍ର ଲାଗୁ ନଥିବା ଆଦିବାସୀ ସ୍ୱଶାସନ ବ୍ୟବସ୍ଥାରେ ଅବିଳମ୍ବେ ପୋଲିସ ପ୍ରଶାସନ ଦ୍ୱାରା ଲାଗୁ କରି ଯେପରି ଆଗାମୀ ଦିନରେ ମାଝୀ-ପାର୍ଗାନାମାନେ କାହାରିକୁ ମଧ୍ୟ କଙ୍ଗାରୁ କୋର୍ଟ ଦ୍ୱାରା ମନ ଇଚ୍ଛା ଜୋରିମାନା, ସାମାଜିକ ବହିଷ୍କାର ଏବଂ ଡାହାଣୀ ଆଖ୍ୟା ଦେଇ ହତ୍ୟା, ଭୋଟ୍ କ୍ରୟ ବିକ୍ରୟ ଆଦି କରିବାକୁ ଆଦେଶ ଜାରି କରିନପାରନ୍ତି । ସେହିପରି ପ୍ରତ୍ୟେକ ଆଦିବାସୀ ଗ୍ରାମ ସମାଜରୁ ନିଶା ସେବନ, ଅନ୍ଧବିଶ୍ୱାସ, ମହିଳା ବିରୋଧୀ ମାନସିକତା ଇତ୍ୟାଦିର ସମାପ୍ତ ହୋଇପାରିବ । ଦାବିପତ୍ର ପ୍ରଦାନ ସମୟରେ ଓଡିଶା ପ୍ରଦେଶ ମହିଳା ମୋର୍ଚ୍ଚା ସଭାପତି ମାଲହ ମାର୍ଣ୍ଡି, ବାରିପଦା ଜୋନାଲ ସେଙ୍ଗେଲ ପାର୍ଗାନା ମାଧବ ଚନ୍ଦ୍ର ମୁର୍ମୁ, ମେଘ୍ରାୟ ସୋରେନ, ଉପସଭାପତି ବାହାଦୁର ମୁର୍ମୁ, ଚନ୍ଦନ କୁମାର ସୋରେନ, ବାରିପଦା ଉପଖଣ୍ଡ ସେଙ୍ଗେଲ ସଭାପତି ବିକାଶ ଚନ୍ଦ୍ର ହେମ୍ଭ୍ରମ, ମାଝୀ ପାର୍ଗାନା ମାଡୱା ସଭାପତି ବାବୁଲୁ ମୁର୍ମୁ ଓ ଚୈତନ୍ୟ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply