Odisha news

ଚୋରା କୋଇଲା ଚାଲାଣ ଅଭିଯୋଗରେ ଜଣେ ଗିରଫ୍, ଗାଡି ସହ ୨୦ କ୍ୱିଣ୍ଟାଲ କୋଇଲା ଜବତ୍

0

ତିହିଡି, ୦୫/୦୪(ଯଦୁମଣି ପାଣିଗ୍ରାହୀ) : ରାତିରେ ନୁହେଁ ବରଂ ଦିନ ଦ୍ୱପ୍ରହରରେ ·ଲୁଥିଲା କୋଇଲା ଚୋରା ·ଲାଣ । ଆଉ ଖବର ପାଇ ମାଡି ବସିଲା ପୀରହାଟ ପୋଲିସ । ପ୍ରକାଶ ଯେ, ଶୁକ୍ରବାର ଦିବା ପ୍ରାୟ ୩.୩୦ ଘଟିକା ସମୟରେ ଚୋରା କୋଇଲା ବୋଝେଇ କରି ଏକ ପିକ୍ ଅପ୍ ଭ୍ୟାନ୍ ବିନ୍ଧା ଗାଁରୁ ବାହାରକୁ ଯିବାକୁ ଉଦ୍ୟମ କରୁଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇ ପେଟ୍ରୋଲିଂ ଗାଡିରେ ପିଛା କରିଥିଲା । ବିନ୍ଧା ଛକରେ ପହଞ୍ଚିଲା ବେଳକୁ ଗାଡିଟି ଦ୍ରୁତ ଗତିରେ ତିହିଡି ଅଭିମୁଖେ ମାଡି ·ଲିଥିଲା । ତେବେ ପୋଲିସ ପିଛା କରୁଥିବା ଜାଣିପାରି ·ଳକ ଜଣକ ଅତି ଚତୁରତା ସହିତ ସନ୍ଥପୁରା ଛକରୁ ବାମ ପାଶ୍ୱର୍ ଗାଁ ଭିତରକୁ ଗାଡି ପୁରେଇ ଦେଇଥିଲା । ଆଉ ଶେଷରେ ଗାଁ ଭିତରେ ଧରା ପଡିଗଲା । ଗାଡି ସହ ·ଳକୁ ଥାନାକୁ ଆଣି ପଚରା ଉଚୁରା କରିବା ପାରେ ଗାଡିର ବୋଝେଇ କୋଇଲା ସମ୍ପର୍କରେ କୌଣସି ସୂଚନା ମିଳିନଥିଲା । ଶେଷରେ ଚୋରା କୋଇଲା ·ଲାଣ ଅଭିଯୋଗରେ ଗାଡି ଜବତ୍ କରାଗଲା ଏବଂ ଗାଡିରେ ପ୍ରାୟ ୨୦ କ୍ୱିଣ୍ଟାଲ କୋଇଲା ଥିବା ପୋଲିସ ଜାଣିବାକୁ ପାଇଥିଲା । ଏଥିସହ ·ଳକ ତଥା ଗାଡି(ଓଡି-୨୨-ୱାଇ-୫୩୦୪)ର ମାଲିକକୁ ପୋଲିସ ଗିରଫ୍ କରିଛି । ଗିରଫ ·ଳକ/ଅଭିଯୁକ୍ତ ସନ୍ଥପୁରା ଗାଁର ରମେଶ ବଳଙ୍କ ପୁଅ ଜୀବନଜ୍ୟୋତି ବଳ(୨୫) ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ଜୀବନଜ୍ୟୋତି ବଳ ଏକ ନିର୍ଦ୍ଦିଷ୍ଟ ସଂଗଠନର କର୍ମୀଭାବେ ଜଣାଶୁଣା ମାତ୍ର ତାଙ୍କ ବିରୋଧରେ ପୂର୍ବରୁ ଏକାଧିକ ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply