Odisha news

ବିଜେଡିର ତୃଣମୂଳସ୍ତର ଦୁର୍ବଳ ହୋଇସାରିଛି : ମନମୋହନ ସାମଲ

0

 ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜୟନଗର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ତଥା ବରିଷ୍ଠ ବିଜେଡି ନେତା ରଜତ କୁମାର ସାହୁ ଆନୁଷ୍ଠାନିକଭାବେ ହେଲେ ବିଜେପିରେ ସାମିଲ
 ଘସିପୁରା କୃଷକ କ୍ରିୟାନୁଷ୍ଠାନ କମିଟି, ଆଂଚଳିକ ବିକାଶ ମଂଚ, ଦୁର୍ଗାପୂଜା କମିଟି ସଭାପତି ତଥା ବିଜେଡି ନେତା ବ୍ରହ୍ମାନନ୍ଦ ପଟ୍ଟନାୟକ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଲେ
 ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ

ଭୁବନେଶ୍ୱର,ତା.୦୩/୦୪: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜୟନଗର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ତଥା ସ୍ଥାନୀୟ ବରିଷ୍ଠ ବିଜେଡି ନେତା ଶ୍ରୀ ରଜତ କୁମାର ସାହୁ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ସାହୁଙ୍କ ସମେତ ବିଜେଡିର ପୂର୍ବତନ ପଂଚାୟତ ସଭାପତି ଅନିରୁଦ୍ଧ ନାଥ, ପୂର୍ବତନ ନାଏବ ସରପଂଚ ଅରୁଣ କୁମାର ସାହୁ, ବିଷ୍ଣୁ ଚରଣ ନାଥ,କୈଳାଶଚନ୍ଦ୍ର ନାଥ,ହରିହର ଦାସ, ଅଭିନାଶ ନାଥ, ପ୍ରଭାତ ସାହୁ, ଗଗନ ବିହାରି ନାଥ, ଚିନ୍ତାମଣି ବେହେରା, ସୌମ୍ୟରଞ୍ଜନ ବେହେରା, ପ୍ରଭାକର ଦାସ, ଶ୍ରୀକାନ୍ତ ସ୍ୱାଇଁ, ରାମଚନ୍ଦ୍ର ସାମଲ, ରମାକାନ୍ତ ଲେଙ୍କା, ଅଜୟ ସ୍ୱାଇଁ , ନବ ସାମଲ, ପିଂଟୁ ଦାସ, ଶୁଭ୍ରଶାସ୍ୱତ ସାହୁ, କାଣ୍ଡଗରଡି ଗ୍ରାମ ପଂଚାୟତର ଲକ୍ଷ୍ମିଧର ସୂତାର, ବିନୋଦ ନାୟକ, ଲକ୍ଷ୍ମିଧର ସେନାପତି, ସୁବାସ ସାହୁ ଓ ନିରଞ୍ଜନ ଥାଟୋଇ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ସେହିପରି କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀର କୃଷକ କ୍ରିୟାନୁଷ୍ଠାନ କମିଟି, ଆଂଚଳିକ ବିକାଶ ମଂଚ, ଦୁର୍ଗାପୂଜା କମିଟି ସଭାପତି ତଥା ସ୍ଥାନୀୟ ବିଜେଡି ନେତା ଶ୍ରୀ ବ୍ରହ୍ମାନନ୍ଦ ପଟ୍ଟନାୟକ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସମାଲ କହିଛନ୍ତି ଯେ, ବିଜେଡିର ତୃଣମୁଳସ୍ତର ଦୁର୍ବଳ ହୋଇସାରିଛି । ଯେ କୌଣସି ମୁହୂର୍ତରେ ବିଜେଡି ଭୁଷୁଡି ଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହି କାରଣରୁ ବିଜେଡିରୁ ପ୍ରତ୍ୟେକ ଦିନ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ବିମୁଖ ହେଲେଣି । ବିଜେପି ବଢୁଛି ଏବଂ ଜୁନ ମାସରେ ଓଡିଶାରେ ବିଜେପିର ଡବଲ୍ ଇଂଜିନ ସରକାର ଗଠନ ହେବା ସୁନିଶ୍ଚିତ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ସମସ୍ତଙ୍କୁ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇବା ସହିତ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ସଦସ୍ୟତା କରାଇଛନ୍ତି ।
ଏହି ମିଶ୍ରଣ ପର୍ବରେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ ଦାସ ଓ ପୃଥ୍ୱୀରାଜ କୁଅଁର, ଅରିନ୍ଦମ ରାୟ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ସଂଯୋଜକ କମଳାକାନ୍ତ ସୁତାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply