ବାରିପଦା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ଦୃଢ ନେତୃତ୍ୱରେ ଅନୁପ୍ରାଣୀତ ହୋଇ ମୋରଡା ନିର୍ବାଚନ ମଣ୍ଡଳୀର ଛାମୁଆ କଂଗ୍ରେସ ନେତା ମାନେ ବିଜେଡିରେ ଯୋଗ ଦେଇଛନ୍ତି । ବାରିପଦା ସହର ମୁର୍ଗାବାଡି ନିକଟରେ ବିଜେଡି ପକ୍ଷରୁ ଅନୁଷ୍ଠିତ ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ତଥା ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି, ମୋରଡା ବିଧାୟକ ରାଜକିଶୋର ଦାସ, ବାରିପଦା ନଗରପାଳ ତଥା ମୋରଡା ନିର୍ବାଚନମଣ୍ଡଳୀ ସଂଯୋଜକ କୃଷ୍ଣାନନ୍ଦ ମହାନ୍ତି, ଆମ ଓଡିଶା ନବୀନ ଓଡିଶା ସଂଯୋଜକ ସୁନୀଲ ଦାଶ, ବ୍ଲକ ସଂଯୋଜକ ମୀନକେତନ ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୋରଡା ବ୍ଲକ ସଭାପତି ଘାସିରାମ ବେହେରାଙ୍କ ନେତୃତ୍ୱରେ ଗଡିଆ ଗ୍ରାମପଞ୍ଚାୟତ କଂଗ୍ରେସ ନେତା ଶ୍ରୀକାନ୍ତ ପାତ୍ର, ହଳଦୀପାଳ କଂଗ୍ରେସ ନେତା ଜୟନ୍ତ ବେହେରା, ମୋରଡା ବ୍ଲକ ପୂର୍ବତନ ଯୁବ ସଭାପତି ମୁନା ଧଲ ଓ ଚିତ୍ରଡାର ଜଗନ୍ନାଥ ରାୟବାବୁ ପ୍ରମୁଖଙ୍କ ସହ ଶତାଧିକ କର୍ମୀ ଓ ସମର୍ଥକ ମାନେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି ବୋଲି ମୋରଡା ସଂଯୋଜକ ଶ୍ରୀ ମହାନ୍ତି ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ଏଥିସହ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ କର୍ମୀ ମାନେ ବିଜେଡିରେ ଯୋଗଦାନ କରୁଥିବାରୁ ସଂଗଠନ ଅଧିକ ସୁଦୃଢ ହେବ ବୋଲି ମତପ୍ରକାଶ ପାଇଥିଲା ।