ବ୍ରହ୍ମପୁର୧/୪/୨୪:ବ୍ରହ୍ମପୁର ପୋଲିସ ପକ୍ଷରୁ ୮୯ତମ ପୋଲିସ ପ୍ରତିଷ୍ଠା ଦିବସ ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସପି ଡ଼.ସର୍ବଣା ବିବେକ ଏମ ଯୋଗ ଦେଇଥିଲେ । ବ୍ରହ୍ମପୁର ପୋଲିସ ଜିଲ୍ଲାରେ ରହିଥିବା ପୋଲିସ କନେଷ୍ଟବଳ, ପୋଲିସ କର୍ମଚାରୀ ଓ ଅଧିକାରୀ ମାନଙ୍କ ଦ୍ବାରା ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା । ଏହି ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ ବ୍ରହ୍ମପୁର ଏସପି । ଏହାପରେ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପଠନ କରିଥିଲେ ଏସପି । ବ୍ରହ୍ମପୁର ପୋଲିସ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମୋଟ ୯ ଜଣ ପୋଲିସ କନେଷ୍ଟବଳ, ହାବିଲଦାର, ଟ୍ରାଫିକ କନେଷ୍ଟବଳ, ପୋଲିସ ଅଧିକାରୀ ମାନଙ୍କୁ ବ୍ରହ୍ମପୁର ଏସପି ସମ୍ବର୍ଦ୍ଧିତ କରିଥିଲେ ।
ଶେଷ୍ଠ ସବ ଇନ୍ସପେକ୍ଟର ଭାବେ ପୁରସ୍କୃତ ହେଲେ ଗୋଳନ୍ଥରା ଥାନାରେ କାର୍ଯ୍ୟରତ ଏସଆଇ ବିଭୁତି ଭୂଷଣ ସେଠୀ । ସେହିପରି ଗୋପାଳପୁର ଥାନାରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ବି. ତିରୁପତିଙ୍କୁ ଶେଷ୍ଠ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଶେଷ୍ଠ ହାବିଲଦାର ଭାବେ ଟାଉନ ଥାନାରେ କାଯ୍ୟରତ ହାବିଲଦାର ବ୍ରହ୍ମାନାରାୟଣ ସାମନ୍ତରା,ଶେଷ୍ଠ ଏପିଆର କନେଷ୍ଟବଳ ଭାବେ ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କୃଷ୍ଣଚନ୍ଦ୍ର ମହାଙ୍କୁଡ଼ ଓ ରିଜର୍ଭ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କଂହା ଡାକୁଆ, ଶେଷ୍ଠ ଓଆର କନେଷ୍ଟବଳ ଭାବେ ସଦର ଥାନାରେ କାର୍ଯ୍ୟରତ ସନ୍ତୋଷ କୁମାର ବେହେରା, ଶେଷ୍ଠ ଟ୍ରାଫିକ କନେଷ୍ଟବଳ ଭାବେ ଟୁକୁନା ବେହେରା ଓ ଦେବେନ୍ଦ୍ର ରାଓ ଓ ଶେଷ୍ଠ ଡ୍ରାଇଭର ଭାବେ ରିଜର୍ଭ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ତପନ କୁମାର ରଣସିଂକୁ ପୁରସ୍କୃତ କରାଯାଇଥିଲା ।
ପୋଲିସ ନିଜର କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇବା ନିମନ୍ତେ ଲୋକଙ୍କ ସହଯୋଗ ଆବଶ୍ୟକ । ଯାହାଫଳରେ ପୋଲିସ ସମାଜରେ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇପାରିବ । ଏହି ଅବସରରେ ସହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କ ଦେଶ ପ୍ରତି ବଳିଦାନକୁ ମନେ ପକାଇଥିଲେ ସମସ୍ତେ । ପ୍ରତିଟି ପୋଲିସ କର୍ମଚାରୀ ଓ ଅଧିକାରୀ ମାନେ ନିଜର କର୍ତ୍ତବ୍ୟକୁ ସଠିକ ରୂପେ ପାଳନ କରିବା ଆବଶ୍ୟକ ବୋଲି ଉପସ୍ଥିତ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ କହିଥିଲେ ବ୍ରହ୍ମପୁର ଏସପି । କାର୍ଯ୍ୟକ୍ରମକୁ ଅତିରିକ୍ତ ଏସପି ରମେଶଚନ୍ଦ୍ର ସେଠୀ ପରିଚାଳନା କରିଥିବା ବେଳେ ଏହି ଅବସରରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବହୁ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ମାନେ ଉପସ୍ଥିତ ଥିଲେ ।