Odisha news

ବିଧାୟକ ପ୍ରାର୍ଥୀ ଭାବେ ଭଦ୍ରକ ଜିଲ୍ଲାରେ ବିଜେଡିର ୪ ଜଣ ପୁରୁଣା ଓ ଜଣେ ନୂଆ ମୁହଁ

0

ତିହିଡି, ୨୯/୦୩(ଯଦୁମଣି ପାଣିଗ୍ରାହୀ) : ବିଜୁ ଜନତା ଦଳରେ ବିଧାୟକ ପ୍ରାର୍ଥୀ ଭାବେ ଭଦ୍ରକ ଜିଲ୍ଲାର ୪ ଜଣ ପୁରୁଣା ମୁହଁ ସମେତ ଜଣେ ନୂଆ ମୁହଁ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କୁ ପ୍ରାର୍ଥିୀ କରିଥିବା ନେଇ ବିଜେଡି କର୍ମୀଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି । ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କୁ ଦ୍ୱିତୀୟ ଥର, ·ନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟଙ୍କୁ ତୃତୀୟ ଥର, ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କୁ ଦ୍ୱିତୀୟ ଥର, ଭଣ୍ଡାରୀ ପୋଖରୀ ବିଧାୟକ ତଥା ବରିଷ୍ଠ ନେତା ପ୍ରଫୁଲ ସାମଲଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଥିବା ବେଳେ ଧାମନଗର ନିର୍ବାଚନ ମଣ୍ଡଳୀର ନୂଆ ମୁହଁ ଡାକ୍ତର ସଞ୍ଜୟ ଦାସଙ୍କୁ ମିଳିଛି ପ୍ରାର୍ଥିତ୍ୱ । ନୂଆ ମୁହଁ ହୋଇଥିଲେ ମଧ୍ୟ ଡାକ୍ତର ସଞ୍ଜୟ ଦାସ ବିଜୁ ଜନତା ଦଳରେ ଯୋଗଦେଇ ବିଗତ ଦେଢ ବର୍ଷ ହେଲା ଲୋକଙ୍କ ସେବା କରିଆସୁଛନ୍ତି । ଗତ ନିର୍ବାଚନ ଏବଂ ଉପନିର୍ବାଚନରେ ଏହି ଆସନଟି ବିରୋଧିଙ୍କ ହାତକୁ ଯାଇଥିଲା ହେଲେ ଏଥର ବିଜେଡି କ୍ଷମତାକୁ ଫେରିବା ନେଇ ଦଳ ଖୁବ୍ ଆଶାବାଦୀ ଅଛି । ସେହିପରି ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବାସୁଦେବପୁର ବ୍ଲକରେ ବିଭିନ୍ନ ଉନ୍ନୟନ କାମ ଆଗେଇ ନେଇଥିବା ନେଇ ପୁଣିଥରେ ଲୋକଙ୍କ ସମର୍ଥନ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି । ମନ୍ତେଇ ନଦୀରେ ସେତୁ ନିର୍ମାଣ ସହ ଗ୍ରାମାଞ୍ଚଳରେ ରାସ୍ତାଘାଟ ଓ ଦୁଇ ବ୍ଲକର ବୃହତ୍ ବସଷ୍ଟାଣ୍ଡର ଭିତ୍ତିଭୂମି ପ୍ରସ୍ତୁତ କରି ପାରିଛନ୍ତି । ଅନ୍ୟପକ୍ଷେ ବିଗତ ଦୁଇ ପାଳିରେ ·ନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ ଉନ୍ନତି କରଣରେ ଭୌଗୋଳିକ ସ୍ଥିତି ବଦଳାଇ ପାରିଛନ୍ତି । ୪ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଅନୁଦାନ ଆଣି ଭଦ୍ରକ-·ନ୍ଦବାଲି ରାଜ୍ୟ ରାଜପଥ ସମେତ ୧୩୨ ଗ୍ରୀଡ୍ ସ୍ଥାପନ, ମନ୍ତେଇ ନଦୀରେ ସେତୁ ନିର୍ମାଣ ଏପରିକି ମେଗା ପ୍ରକଳ୍ପପ ଜରିଆରେ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଇବାରେ ସକ୍ଷମ ହୋଇଛନ୍ତି । ତେବେ ଭଦ୍ରକ ଓ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରେ ଦଳ ମଧ୍ୟରେ ସାମାନ୍ୟ ଅଦଳ ବଦଳ ହୋଇଛି । ପୁରୁଖ ନେତା ବିଧାୟକ ପ୍ରଫୁଲ ସାମଲଙ୍କୁ ଭଦ୍ରକରେ ଏବଂ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିିକଙ୍କୁ ଭଣ୍ଡାରୀ ପୋଖରୀରେ ଥଇଥାନ କରାଯାଇଛି । ବିଜୁ ଜନତା ଦଳ ସମସ୍ତ ନିର୍ବାଚନ ମଣ୍ଡଳୀରେ ବାଜିମାତ୍ କରିବା ସହ ଭଦ୍ରକ ସାଂସଦ ଆସନଟି ମଧ୍ୟ ହାତେଇବ ବୋଲି ବେଶ ଆଶା ବାନ୍ଧିଛି ।

Leave A Reply