Odisha news

ବାଲିପଦର ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ୩୩ତମ ବାର୍ଷିକ ଉତ୍ସବ

0

ବୁଗୁଡ଼ା – ୧୯/୦୩ (ଗଞ୍ଜାମ ଜିଲ୍ଲା ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ସ୍ଥାନିୟ ମାତୁ୍ୁ୍ୂଗିରୀ ଠାରେ ବାଲିପଦର ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ୩୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରତିଷ୍ଠାନର ସଭାପତି ନାରାୟଣ ସାମନ୍ତରାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବାଲିପଦର ଗ୍ରାମପଞ୍ଚାୟତ ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ ଉଦ୍ ଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଡକ୍ଟର ବି .ପ୍ରକାଶ ଚନ୍ଦ୍ର ପାତ୍ର, ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ, ସମୀର କୁମାର ବେହରା,ଏ.ସର୍ଭିସ୍ ଅଚାରୀ,ପ୍ରଜ୍ଞାଶ୍ରୀ ଅଚାରୀ,ଜି.ସଞ୍ଜିବ କୁମାର ପାତ୍ର, ରାଜେନ୍ଦ୍ର ମହାରଣା, କେ. ସମ୍ବିତ୍ ପାତ୍ର, ଇ. ବାଳକୁ୍ୂଷ୍ଣ ଦୋରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ଅଧ୍ଯକ୍ଷା ନୟନୀ ମହାରଣା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା। ସମସ୍ତ ଅଭିଭାବକ ଓ ଅଞ୍ଚଳର ବହୁ ବୁଦ୍ଧିଜୀବୀ ତଥା ଭଞ୍ଜନଗରର ଶ୍ରୀଅରବିନ୍ଦ ପାଠଶାଳାର ଅପା ଭାଇ ଏହି ଉତ୍ସବରେ ଯୋଗଦେଇ ଥିବାବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ ।

Leave A Reply