Odisha news

ପୌରପରିଷଦ ପାଇଁ ଭି. କେ ପାଣ୍ଡିଆନ ଙ୍କୁ ଭେଟି କୃତଜ୍ଞତା ଜ୍ଞାପନ

0

ଭଞ୍ଜନଗର,୧୬/୦୩ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୁ ମାର୍ଚ୍ଚ ୧୩ ତାରିଖରେ ପୌରପରିଷଦ ମାନ୍ୟତା ମିଳିବା ପରେ ଆଜି ଭଞ୍ଜନଗର ପୌରପରିଷଦ ର ପୌରପାଳ ଗୋପବନ୍ଧୁ ମହାପାତ୍ର ସମସ୍ତ କାଉନସିଲର ଗଣଙ୍କ ସହିତ ନିବୀନ ନିବାସରେ ୫ଟି ଅଧ୍ୟକ୍ଷ ତଥା ଆମ ଓଡିଶା ନବୀନ ଓଡିଶା ର ଅଧ୍ୟକ୍ଷ ଭି. କାର୍ତ୍ତିକେନ ପାଣ୍ଡିଆନ ଙ୍କୁ ମିଶି କୃତଜ୍ଞତା ଜଣାଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଉପ ପୌରପାଳିନୀ ଶୁଭଶ୍ରୀ ଦାସ ସାଂସଦ ପ୍ରତିନିଧି ପଞ୍ଚାନନ ପାଳ, ଦିବାକର ନାୟକ, ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ପୂର୍ବତନ ଏନଏସି ଅଧ୍ୟକ୍ଷ ସୁଧୀର ରଞ୍ଜନ ବେହେରା, ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ,ଗୌରୀ ପାତ୍ର, ଲୋକନାଥ କର, ଆଇନଯିବି ରଂଜିତ ମିଶ୍ର, ଚନ୍ଦ୍ରମଣି ମହାପାତ୍ର, ଅଶୋକ ଜେନା, ଜଗଦିଶ ପାଣିଗ୍ରାହୀ, ଚିଦାନନ୍ଦ ସ୍ବାଇଁ,ବିଜେଡି ମହିଳା ନେତ୍ରୀ ସୁଜ୍ଞାନୀ ଗୌଡ଼, ଶୁଳପାଣି ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ସହଯୋଗ ରେ ନବୀନ ନିବାସ ରେ ୫ ଟି ଅଧ୍ୟକ୍ଷ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର

Leave A Reply